ଭାରତ ଚାନ୍ଦିପୁରରୁ କଲା କ୍ଷେପଣାସ୍ତ୍ର VL-SRSAM ର ସଫଳ ପରୀକ୍ଷଣ
ବାଲେଶ୍ବର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡରୁ ଆଜି ଅପରାହ୍ନ ୩ଟା ୧୯ ମିନିଟରେ ଭାଟିକାଲ ଲଞ୍ଚ ସ୍ବଳ୍ପ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ଲକ୍ଷଭେଦ କରିପାରୁଥିବା ଭିଏଲ୍-ଏସ୍ଆରଏସ୍ଏଏମ୍(ଭର୍ଟିକାଲ ଲଞ୍ଚ ସର୍ଟ ରେଞ୍ଜ ସରଫେସ୍ ଟୁ ଏୟାର ମିସାଇଲ)ର ସଫଳ ପରୀକ୍ଷଣ ହୋଇଛି। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ VL-SRSAMର ଭର୍ଟିକାଲ ଲଞ୍ଚିଂ ।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର VL-SRSAM । ଆକାଶ ମାର୍ଗରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ଭେଦ କରିବାର ରଖିଛି କ୍ଷମତା । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ମିଳିତ ଭାବେ ଏହି ପରୀକ୍ଷଣ କରିଥିଲେ। ଏହି କ୍ଷେପଣାସ୍ତ୍ର ପରୀକ୍ଷଣରେ ସମସ୍ତ ଆବଶ୍ୟକ କାର୍ଯ୍ୟଦକ୍ଷତା ମାନଦଣ୍ଡ ପୂରଣ ହୋଇଥିବା ଜଣାପଡିଛି ।
ଭିଏଲ୍-ଏସ୍ଆର୍ଏସ୍ଏଏମ୍ ନାମକ ଏକ ଜାହାଜବାହୀ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ସମୁଦ୍ର-ସ୍କିମିଂ ଟାର୍ଗେଟ୍ ସମେତ ନିକଟବର୍ତ୍ତୀ ରେଞ୍ଜରେ ଥିବା ବିଭିନ୍ନ ଆକାଶମାର୍ଗରୁ ବିପଦକୁ ନିୟନ୍ତ୍ରଣ କରିବା ପାଇଁ ଡିଜାଇନ୍ କରାଯାଇଛି।












Click it and Unblock the Notifications