'ଡବଲ ଇଞ୍ଜିନ ସରକାର ଚାଲୁଥିବା ରାଜ୍ୟ ଠାରୁ ଦ୍ରୁତ ଗତିରେ ବିକାଶ ଚାଲିଛି ଓଡିଶା ମାଟିରେ'
ଭଦ୍ରକ: ଶେଷ ପର୍ଯ୍ୟାୟ ମତଦାନ ଲାଗି ରାଜ୍ୟରେ ଚାଲିଛି ଜୋଦାର ପ୍ରଚାର । ଏହି କ୍ରମରେ ଭଦ୍ରକରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ରୋଡ ଶୋ । ପାଣ୍ଡିଆନ କହିଛନ୍ତି ଡବଲ ଇଞ୍ଜିନ ସରକାର ଚାଲୁଥିବା ରାଜ୍ୟ ଠାରୁ ଦ୍ରୁତ ଗତିରେ ବିକାଶ ଚାଲିଛି ଓଡିଶା ମାଟିରେ । ଆୟୁଷ୍ମାନ ଯୋଜନାରେ କେବଳ ବିପିଏଲ ପରିବାର ଅନ୍ତର୍ବୁକ୍ତ ହୋଇପାରିବେ ।
ଅଛେଦିନ ପରିବର୍ତ୍ତେ ଦିନକୁ ଦିନ ବଢୁଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର । ଷଷ୍ଠ ଥର ଭାବରେ ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର ପ୍ରଥମ ଦିନରେ ମାଗଣା ବିଜୁଳି କାର୍ଯ୍ୟକାରୀ କରାଯିବା ସହିତ ସମସ୍ତ ବର୍ଗକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ ବୋଲି ସାଧାରଣ ନିର୍ବାଚନକୁ ନେଇ ଆଜି ବାସୁଦେବପୁର ଗସ୍ଥରେ ଆସି ବିରୋଧୀ ବିଜେପି କୁ ଏପରି ଆକ୍ଷେପ କରିଛନ୍ତି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ।
ଅଟଳବିହାରୀ କଲେଜ ପଡିଆରେ ଅସ୍ଥାୟୀ ହେଲିପେଡରେ ଅବତରଣ ପରେ ଯାଦବ ପଡିଆ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇଥିଲେ । ଏହି ଅବସରରେ ବିଜେଡି ସାଂସଦ ପ୍ରାର୍ôଥନୀ ମଞ୍ଜୁଲତା ମଣ୍ଡଳ ଓ ବାସୁଦେବପୁର ବିଧାୟକ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ଯୋଗଦେଇ ଯୋଡିଶଙ୍ଖରେ ଭୋଟଭିକ୍ଷା କରିଥିଲେ

ଅନ୍ୟପଟେ ଆଜି କେନ୍ଦ୍ରାପଡ଼ାରେ ପ୍ରଚାର କରିବା ସମୟରେ ପାଣ୍ଡିଆନ କହିଥିଲ କେନ୍ଦ୍ରାପଡ଼ାର ବିକାଶ ଲାଗି ଦିନରାତି ପରିଶ୍ରମ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ କେନ୍ଦ୍ରାପଡ଼ାରେ ୧ ଲକ୍ଷ କୋଟି ଟଙ୍କାର ପୁଂଜିନିବେଶ ଆସିବ । ବିଶ୍ୱର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ କେନ୍ଦ୍ରାପଡ଼ାରେ ହେବ । ଏଥିଲାଗି ସବୁ ପ୍ରକାର ଉଦ୍ୟମ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଜାପାନ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ସିଙ୍ଗାପୁରରୁ ଜାପାନର ଟୋକିଓକୁ ବିମାନରେ ସାଧାରଣ ଟିକେଟରେ ୮ ଘଣ୍ଟା ବସିକି ଯାତ୍ରା କରିବା ।
ମୁଖ୍ୟମନ୍ତ୍ରୀ ଟୋକିଏ ଯିବାକୁ ବିଜନେସ୍ କିମ୍ବା ଫାଷ୍ଟକ୍ଲାସ୍ ଟିକେଟ ମିଳିନଥିଲା । ଗସ୍ତ ରଦ୍ଦ କରିବାକୁ ପ୍ରଶାସନିକ ଅଧିକାରୀ କହିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ନବୀନ କାର୍ଯ୍ୟକ୍ରମକୁ ବାତିଲ ନକରି ଯେମିତି ହେଲେ ଯିବାକୁ କହିଥିଲେ । ଶେଷରେ ଦୀର୍ଘ ୮ ଘଣ୍ଟା ଧରି ବିମାନରେ ସାଧାରଣ ଟିକେଟରେ ବସିକି ଯାଇଥିଲେ ମୁଖ୍ୟମନ୍ତ୍ରୀ ।












Click it and Unblock the Notifications