ଆଜି ଶେଷ ଉଡ଼ାଣ, କାଲିଠୁ ଭିସ୍ତାରା ହେବ ଏୟାର ଇଣ୍ଡିଆ
ଭାରତର ତୃତୀୟ ବଡ଼ ଏୟାରଲାଇନ୍ 'ଭିସ୍ତାରା'ର ଆଜି ଶେଷ ବିମାନ ଆକାଶରେ ଉଡ଼ିବ । ନଭେମ୍ବର ୧୨ରୁ ଭିସ୍ତାରାର ସମସ୍ତ ବିମାନର ସଞ୍ଚାଳନ ଏୟାର ଇଣ୍ଡିଆ କରିବ । ଏଥିପାଇଁ ଟିକେଟ୍ ବୁକିଂ ମଧ୍ୟ ଏୟାର ଇଣ୍ଡିଆ ୱେବସାଇଟରୁ ହେବ । ବର୍ତ୍ତମାନ ଫୁଲ୍-ସର୍ଭିସ୍ ଏବଂ ଲୋ-କଷ୍ଟ୍ ପାସେଞ୍ଜର ସର୍ଭିସ୍ ଚଳାଇବାରେ ଏୟାର ଇଣ୍ଡିଆ ହେବ ଏକମାତ୍ର ଭାରତୀୟ ଏୟାରଲାଇନ୍ ଗ୍ରୁପ୍ । ସୂଚନା ଯେ ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମାଲିକାନା କମ୍ପାନୀ 'ଭିସ୍ତାରା' ଆଜି ନିଜର ଶେଷ ଉଡ଼ାଣ ଭରିବ । ଆସନ୍ତାକାଲି ଏୟାର ଇଣ୍ଡିଆ ସହିତ ଏହାର ମିଶ୍ରଣ ହେବ । ଏହାପରେ ଏୟାର ଇଣ୍ଡିଆ ଦ୍ୱାରା ହିଁ ଏହା ସମ୍ପୂର୍ଣ୍ଣ ରୂପେ ପରିଚାଳିତ ହେବ ।
ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାର ଲାଇନ୍ସର ସହଭାଗିତାରେ ଭିସ୍ତାରା ଏୟାରଲାଇଲ୍ ନିଜର ଗନ୍ତବ୍ୟପଥ ସ୍ଥିର କରୁଥିଲା । ଏୟାର ଇଣ୍ଡିଆ ଭାରତ ସରକାରଙ୍କ ଅଧିନରେ ଚାଲିଯିବା ପରେ ଭିସ୍ତାରକୁ ଟାଟା ଗ୍ରୁପର ବିମାନ ବୋଲି କୁହାଯାଉଥିଲା । ଏୟାର ଇଣ୍ଡିଆ ପୁଣି ଥରେ ଟାଟା ଗ୍ରୁପ ହାତକୁ ଆସିବା ପରେ ଭିସ୍ତାର ଏୟାରଲାଇନ୍ସ ଏଥିରେ ମଶ୍ରଣ ହେବାକୁ ଯାଉଛି ।
ଜଏଣ୍ଟ ଭେଞ୍ଚରରେ ସିଙ୍ଗାପୁର ଏୟାରଲାଇନ୍ସରକୁ ୨୫.୧ ପ୍ରତିଶତ ଅଂଶଧନ ମିଳିବ । ମିଶ୍ରଣର ଏକ ମାସ ପର୍ଯ୍ୟନ୍ତ ଭିସ୍ତାରାରେ ଯାତ୍ରା କରିବାକୁ ଅଗ୍ରୀମ ଟିକେଟ୍ କାଟିଥିବା ପ୍ରାୟ ୧ଲକ୍ଷ ୧୫ ହଜାର ଯାତ୍ରୀ ଏୟାର ଇଣ୍ଡିଆରେ ଯାତ୍ରା କରିବେ । କମ୍ପାନୀ ପକ୍ଷରୁ କୁହାଯାଇଛି, ଯାତ୍ରୀଙ୍କୁ ଭିସ୍ତାରା ଭଳି ସୁବିଧା ଯୋଗାଇ ଦିଆଯିବ ।

୨୦୨୨ ନଭେମ୍ବର ମାସରେ ଏୟାର ଇଣ୍ଡିଆରେ ଭିସ୍ତାରା ଏୟାରଲାଇନ୍ସ ମିଶ୍ରଣ ନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା । ୨୦୨୪ ନଭେମ୍ବର ୧୨ ତାରିଖରେ ଏୟାରଲାଇନ୍ସ ମିଶ୍ରଣ ହେବ । ସବୁଠୁ ବଡ଼ କଥା ହେଲା ଏହି ମିଶ୍ରଣ ପରେ ସିଙ୍ଗାପୁର ଏୟାର ଲାଇନ୍ସ ଏବଂ ଏୟାର ଇଣ୍ଡିଆ ମିଳିତ ଭାବେ ୩,୧୯୫ କୋଟି ଟଙ୍କା ଅତିରିକ୍ତ ନିବେଶ କରିବେ ଦୁଇ କାମ୍ପାନି ।
ଫଳରେ ଏୟାର ଇଣ୍ଡିଆର ୨୫.୧ ପ୍ରତିଶତ ଅଂଶଧନ ହୋଇଯିବ । ପୂର୍ବରୁ ଭିସ୍ତାରାରେ ସିଙ୍ଗାପୁର ଏୟାରଲାଇନ୍ସରେ ୪୯ ପ୍ରତିଶତ ଅଂଶଧନ ଏବଂ ଟାଟା ଗ୍ରୁପର ୫୧ ପ୍ରତିଶତ ଅଂଶଧନ ଥିଲା ।












Click it and Unblock the Notifications