ଛତିଶଗଡ଼ରେ ଆଦିବାସ କାର୍ଡ, ବିଷ୍ଣୁଦେଓ ସାଏ ହେଲେ ମୁଖ୍ୟମନ୍ତ୍ରୀ
ଛତିଶଗଡ଼ରେ ଆଦିବାସ କାର୍ଡ । ବିଷ୍ଣୁଦେବ ସାଏ ହେଲେ ମୁ୍ଖ୍ୟମନ୍ତ୍ରୀ । ବିଜେପି ଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ବୈଠକ ବସିଥିଲା। ବିଧାନସଭା ନିର୍ବାଚନରେ ବିଜେପିକୁ ୫୪ ଆସନ ମିଳିଛି ।
କେନ୍ଦ୍ରୀୟ ଟିମ୍ରେ ବରିଷ୍ଠ ନେତା ସର୍ବାନନ୍ଦ ସୋନୱଲ, ଅର୍ଜୁନ ମୁଣ୍ଡା, ଦୁଷ୍ୟନ୍ତ ଗୌତମ ଥିଲେ । ସେହିପରି ବିଜେପିର ଛତିଶଗଡ଼ ପ୍ରଭାରୀ ଓମ୍ ମାଥୁର, କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବିୟ, ସହ ପ୍ରଭାରୀ ନୀତିନ ନବୀନ ମଧ୍ୟ ରାୟପୁରରେ ଥିଲେ ।
୮ ଦିନ ପରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କଲା ବିଜେପି । କୁଙ୍କୁରୀ ସଂରକ୍ଷିତ ଆସନରୁ ବିଜୟୀ ହୋଇଛନ୍ତି ବିଷ୍ଣୁଦେଓ । ୨୦୨୦ରୁ ୨୦୨୨ ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ତୁଲାଇଥିଲେ ବିଷ୍ଣୁଦେଓ ସାଏ । ୧୯୯୦ରୁ ୧୯୯୮ରୁ ସେ ବିଧାୟକ ଥିଲେ । ୧୯୯୯ରେ ତ୍ରୟୋଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସରପଞ୍ଚରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ବିଷ୍ଣୁଦେଓ । ୧୯୯୦ରୁ ୧୯୯୮ ଥିଲେ ମଧ୍ୟପ୍ରଦେଶ ବିଧାୟକ ।
୧୯୯୯ରେ ତ୍ରୟୋଦଶ ଲୋକସଭାକୁ ହୋଇଥିଲେ ନିର୍ବାଚିତ ହୋଇଥିଲେ । ୨୦୦୪ରେ ଚତୁର୍ଦ୍ଦଶ ଲୋକସଭାରୁ ଏବଂ ୨୦୦୯ ଓ ୨୦୧୪ରେ ପଞ୍ଚଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ ବିଷ୍ଣୁ । ୧୯୬୪ ଫେବ୍ରୁଆରୀ ୨୧ରେ ଯାସପୁର ଜିଲ୍ଲାର ଏକ ଆଦିବାସୀ ପରିବାରରେ ଜନ୍ମ ହୋଇଥିଲେ ବିଷ୍ଣୁ । ବିଷ୍ଣୁଦେଓ ୧୬ତମ ଲୋକ ସଭାର ସଦସ୍ୟ ରହିଆସିଛନ୍ତି। ସେ ଭାରତ ସରକାରଙ୍କ ଇସ୍ପାତ ଏବଂ ଖଣି ମନ୍ତ୍ରୀ ମଧ୍ୟ ରହିଛନ୍ତି।
୪ ଜଣ ନେତାଙ୍କ ନାମ ଚର୍ଚ୍ଚାରେ ରହିଥିଲା । ସେମାନେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ, ଅରୁଣ ସାଓ ଏବଂ ବିଷ୍ଣୁଦେଓ ସାଏ ।

ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପି ସରକାର ଗଢିବା ପାଇଁ ବହୁମତ ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ମାନସମନ୍ଥନ ଚାଲିଥିଲା । ଏ ନେଇ ବିଜେପି ଆଜି ନିଷ୍ପତ୍ତି ନେଇଛି । ଆଜି ରାୟପୁରରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା ।
ତେବେ ଏହା ପରେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଖୁବ୍ ଶୀଘ୍ର ସ୍ପଷ୍ଟ ହୋଇପାରେ ।












Click it and Unblock the Notifications