For Quick Alerts
Turn On Notification  
For Daily Alerts
Oneindia App Download

ବିଶାଖାପାଟଣା ହେବ ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବିଶାଖାପାଟଣା ହେବ ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ । ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀ ଘୋଷଣା କରିଛନ୍ତି । ମାର୍ଚ୍ଚରେ ବିଶାଖାପାଟଣାରେ ଏକ ବିଶ୍ୱସ୍ତରୀୟ ସମ୍ମିଳନୀର ଆୟୋଜନ କରାଯିବ ।

|
 Andhra Pradesh New Capital

ବିଶାଖାପଟଣା: ବିଶାଖାପାଟଣା ହେବ ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ । ଆଜି ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀ ଘୋଷଣା କରିଛନ୍ତି । ଏନେଇ ସୂଚନା ଦେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ କହିଛନ୍ତି ଯେ, ବିଶାଖାପାଟଣାକୁ ରାଜ୍ୟର ରାଜଧାନୀ କରାଯିବ । ଏହା ସହ ତାଙ୍କ କାର୍ଯ୍ୟଳୟକୁ ମଧ୍ୟ ବିଶାଖାପଟଣାକୁ ସ୍ଥାନାନ୍ତର କରାଯିବ ।

ମାର୍ଚ୍ଚରେ ବିଶାଖାପାଟଣାରେ ହେବ ଏକ ବିଶ୍ୱସ୍ତରୀୟ ସମ୍ମିଳନୀର ଆୟୋଜନ

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, 'ଆମେ ମାର୍ଚ୍ଚ ୩-୪ ତାରିଖ ଦିନ ବିଶାଖାପାଟନମରେ ଏକ ବିଶ୍ୱସ୍ତରୀୟ ସମ୍ମିଳନୀର ଆୟୋଜନ କରିବା ପାଇଁ ଯାଉଛୁ । ମୁଁ ଆପଣ ସମସ୍ତଙ୍କୁ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରୁଛି'। ରେଡ୍ଡୀ ବିଦେଶୀ ଏବଂ ଘରୋଇ ନିବେଶକମାନଙ୍କୁ ରାଜ୍ୟ ପରିଦର୍ଶନ କରିବାକୁ ଏବଂ ଆନ୍ଧ୍ରପ୍ରଦେଶରେ ବ୍ୟବସାୟ କରିବା କେତେ ସହଜ ତାହା ଦେଖିବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି ।

୨୦୧୫ରେ ଅମରାବତୀକୁ ଆନ୍ଧ୍ରପ୍ରଦେଶର ରାଜଧାନୀ ଭାବେ ଘୋଷଣା କରାଯାଇଥିଲା

ଏପ୍ରିଲ୍ ୨୩, ୨୦୧୫ରେ ଅମରାବତୀକୁ ଆନ୍ଧ୍ରପ୍ରଦେଶର ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଏହା ପରେ ୨୦୨୦ରେ ପୁଣି ଅମରାବତୀ, ବିଶାଖାପଟଣା ଏବଂ କୁର୍ନୁଲ ମଧ୍ୟରୁ କୌଣସି ଏକ ସ୍ଥାନକୁ ରାଜ୍ୟର ରଜଧାନୀ କରିବାର ନିଷ୍ପତ୍ତି ନିଆଯାଇଥିଲା । ପରେ ରାଜ୍ୟ ସରକାର ଏହି ଯୋଜନାକୁ ପ୍ରତ୍ୟାହର କରି ନେଇଥିଲେ ଏବଂ ଅମରାବତୀ ହିଁ ରାଜ୍ୟର ରାଜଧାନୀ ରହିଥିଲା ହେଲେ ଆଜି ପୁଣି ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି ଏବଂ ବିଶାଖାପାଟଣାକୁ ରାଜଧାନୀ କରିବାର ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Visakhapatnam will be the new capital of Andhra Pradesh,announced by the Chief Minister,
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X