ଶ୍ରଦ୍ଧାଳୁଙ୍କୁ ମେଳାରେ ଛେପ ପକାଇ ପରସୁଥିଲେ ରୁଟି, ଗିରଫ ହେଳେ ୨ ଯୁବକ

ଉତ୍ତରାଖଣ୍ଡର ପିଥୌରାଗଡ଼ରେ ଛେପ ପକାଇ ରୁଟି ତିଆରି କରୁଥିବା ୨ ଯୁବକଙ୍କୁ ଗିରଫ କରିଛି ପୋଲିସ । ଏହି ଦୁଇ ଜଣ ଯୁବକ ଏକ ଫୁଡ୍ ଷ୍ଟଲରେ ଏଭଳି କାରନାମା କରୁଥିଲେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ପୋଲିସ ପହଞ୍ଚି ଯୁବକ ଦ୍ୱୟଙ୍କୁ ଗିରଫ କରିଛି । ପୋଲିସ ଏହି ମାମଲାରେ ଉଭୟଙ୍କୁ ପଚରାଉଚରା କରିଛି । ଏଠାରେ ବାଗେଶ୍ଵରରେ ଚାଲିଥିବା ଏକ ମେଳାରେ ଯୁବକ ଦ୍ୱୟ ଫୁଡ୍ ଷ୍ଟଲ ପକାଇଥିଲେ । ଏଠି ସେମାନେ ଛେପ ପକାଇ ରୁଟି ତିଆରି କରୁଥିଲେ । ଏହି ଘଟଣାରେ ପୋଲିସ ଉତ୍ତର ପ୍ରଦେଶର ଦୁଇ ଜଣଙ୍କୁ ଗିରଫ କରିଛି । ବାଗେଶ୍ଵର ପୋଲିସ ଅଧୀକ୍ଷକ ଚନ୍ଦ୍ରଶେଖର ଘୋଡକେ କହିଛନ୍ତି, ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା, ଯାହାପରେ ସେମାନଙ୍କୁ ଗିରଫ କରାଯାଇଥିଲା ।

spitting on rotis

ଅଭିଯୁକ୍ତମାନଙ୍କୁ ଅଲମୋଡା ଜେଲ୍ ପଠାଇ ଦିଆଯାଇଛି । ପୋଲିସ କହିଛି ଯେ ବାଗେଶ୍ଵରରେ ପଡ଼ିଥିବା ମେଳାକୁ ସ୍ନାନ କରିବା ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଏହି ରୁଟି ପରସା ଯାଉଥିଲା । କେହି ଜଣେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ । ଏହି ଘଟଣା ଜାନୁୟାରୀ ୧୭ର ବୋଲି ଜିଲ୍ଲା ମାଜିଷ୍ଟ୍ରେଟ୍ ଆଶିଷ ଭଟଗଇ କହିଛନ୍ତି । ଏସପି କହିଛନ୍ତି, ଅଭିଯୁକ୍ତମାନଙ୍କ ଦୋକାନକୁ ବନ୍ଦ କରି ଦିଆଯାଇଛି । ବାଗେଶ୍ଵର ଖାଦ୍ୟ ସୁରକ୍ଷା ଅଧିକାରୀ ଲଳିତ ମୋହନ ପାଣ୍ଡେ କହିଛନ୍ତି, ଉଭୟଙ୍କ ବିରୋଧରେ ଖାଦ୍ୟ ସୁରକ୍ଷା ଅଧିନିୟମର ବିଭିନ୍ନ ଧାରାରେ ସୋମବାର ମାମଲା ରୁଜୁ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+