ସୋଶାଲ ମିଡିଆରେ ଭାଇରାଲ ଗେହଲଟଙ୍କ ଭିଡିଓ
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଦେଖିବାକୁ ମିଳିଛି। ଗେହଲୋଟ କୌଣସି ଏକ ମନ୍ଦିର ଯାଇଛନ୍ତି ମୁଁହରେ ମାସ୍କ ମଧ୍ୟ ଲଗାଇଛନ୍ତି। ତେବେ ପୂଜକ ପାଦୁକ ଦେବା ବେଳେ ଗେହଲଟ ମାସ୍କ ଖୋଲିବାକୁ ଭୁଲିଯାଇଥିଲେ ।
ଜୟପୁର: ମହାମାରୀ କରୋନାରୁ ବର୍ତ୍ତିବା ପାଇଁ ସଚେତନ ରହିବା ଉଦ୍ଦେଶ୍ୟରେ ମାସ୍କ ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯିବା ପରେ ପ୍ରାୟ ସମସ୍ତେ ଏହାକୁ ବ୍ୟବହାର କରୁଛନ୍ତି। ଏହା ବର୍ତ୍ତମାନ ଏକ ଅଭ୍ୟାସରେ ପରିଣତ ହେଲାଣି। ବର୍ତ୍ତମାନ ମାସ୍କକୁ ନେଇ ବିଭିନ୍ନ ମଜାଳିଆ ଭିଡ଼ିଓ ସାମ୍ନାକୁ ଆସୁଛି , ଯାହାକୁ ଲୋକେ ହସି ହସି ଗଡୁଛନ୍ତି । ତେବେ ନିକଟରେ ଏଭଳି ଏକ ଭିଡିଓ ସାମନାକୁ ଆସିଛି ।

राजस्थान के मुख्यमंत्री अशोक गहलोत का Mask पहनकर चरणामृत लेने का वीडियो सोशल मीडिया पर तेज़ी से वायरल हो रहा है। pic.twitter.com/YPs9Lf1JNd
— Shubhankar Mishra (@shubhankrmishra) September 6, 2022
ତେବେ ଏହି ଭିଡ଼ିଓଟି ରାଜସ୍ଥାନର ଜୈସଲମେର ରାମଦେବରା ମନ୍ଦିରର ବୋଲି ଦାବି କରାଯାଉଛି। ଏହି ମନ୍ଦିରକୁ ଗତ 2 ତାରିଖରେ ମୁଖ୍ୟମନ୍ତ୍ରୀ ଗେହଲଟ ଦର୍ଶନ ପାଇଁ ଯାଇଥିଲେ। ଏହି ଭିଡ଼ିଓଟି ଚାରି ଦିନ ଧରି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓ ଲୋକମାନେ ସୋସିଆଲମିଡ଼ିଆରେ ବେଶ ପସନ୍ଦ କରୁଛନ୍ତି। ସେୟାର ମଧ୍ୟ ବହୁ ପରିମାଣରେ କରୁଛନ୍ତି।












Click it and Unblock the Notifications