ଜୁନା ଆଖଡାରୁ ବାସନ୍ଦ ଆଇଆଇଟି ବାବା,ଜାଣନ୍ତୁ କାରଣ.....
ପ୍ରୟାଗରାଜ ମହାକୁମ୍ଭ ମେଳାର ଭାଇରାଲ ଆଇଆଇଟି ବାବା ଏବେ ବାସନ୍ଦ ହୋଇଛନ୍ତି । ସେ ରହୁଥିବା ଜୁନା ଆଖଡ଼ାରୁ ବାବା ଅଭୟ ସିଂହଙ୍କୁ ବହୃଷ୍କୃତ କରାଯାଇଛି । ତାଙ୍କ ଗୁରୁ ମହନ୍ତ ସୋମେଶ୍ୱରୀ ପୁରୀ ଗାଳିଗୁଲଜ କରିଥିବା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହାସହିତ ବାବା ଅଭୟଙ୍କ ଆଖଡ଼ାରେ ପ୍ରବେଶ ଉପରେ କଟକଣା ଲଗାଯାଇଛି ।
ଜୁନା ଆଖଡାର ମୁଖ୍ୟ ମହନ୍ତ ହରି ଗିରି କହିଛନ୍ତି, ଏହି ଆଖଡା ସନ୍ନ୍ୟାସ ନିୟମ କାନୁନ ଅନୁସାରେ ଚାଲେ, ଏଥିରେ ଯେଉଁମାନେ ଅବହେଳା କରନ୍ତି ସେମାନଙ୍କୁ ସନ୍ନ୍ୟାସୀ ଭାବେ ଗଣାଯାଏନାହିଁ । ବାବା ଅଭୟ ସିଂ ତାଙ୍କୁ ଗୁରୁଙ୍କୁ ଅସମ୍ମାନ କରିଛନ୍ତି । ଯାହା ସନାତନ ଧର୍ମ ଏବଂ ଜୁନା ଆଖାଡା ନିୟମ ବିରୋଧୀ । ସେ ହୁଅନ୍ତ ଅବା ଅନ୍ୟ କେହି ନିୟମ ଉପରେ ନୁହେଁ । ବାବା ଅଭୟ ତାଙ୍କ ଗୁରୁଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିବାରୁ ତାଙ୍କୁ ଆଖଡାର ଶୃଙ୍ଖଳା କମିଟି ତାଙ୍କୁ ଆଖଡାରୁ ବହିଷ୍କୃତ କରିଛି ।













Click it and Unblock the Notifications