ଭାଇରାଲ ଫିଭର: ଡାକ୍ତରଙ୍କ ବିନା ପରାମର୍ଶରେ ଖାଆନ୍ତୁ ନାହିଁ ଆଣ୍ଟିବାୟୋଟିକ୍
ଭାଇରାଲ ଫିବର ହେଲେ ଆପଣ ମନଇଚ୍ଛା ଆଣ୍ଟିବାୟୋଟିକ୍ ଖାଉଛନ୍ତି କି ? ଯଦି କରୁଛନ୍ତି, ତେବେ ସାବଧାନ ! ହୋଇପାରେ ବଡ଼ କ୍ଷତି ।

ନୂଆଦିଲ୍ଲୀ: ଚାରିଆଡ଼େ ଏବେ ଭାଇରାଲ ଫିବର୍ । ଛୋଟ୍ ପିଲଙ୍କଠୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ ଏବେ ଭାଇରାଲ ଫିବର୍ ହେଉଛି । ତେଣୁ ଏହି ଭାଇରାଲ ଫିବର ହେଲେ ଆପଣ ମନଇଚ୍ଛା ଆଣ୍ଟିବାୟୋଟିକ୍ ଖାଉଛନ୍ତି କି ? ଯଦି କରୁଛନ୍ତି, ତେବେ ସାବଧାନ ! ହୋଇପାରେ ବଡ଼ କ୍ଷତି ।
ମନଇଚ୍ଛା ଆଣ୍ଟିବାୟୋଟିକ୍ ନଖାଇବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଅତି ଆବଶ୍ୟକ ନ ପଡ଼ିଲେ ଆଣ୍ଟିବାୟୋଟିକ୍ ବ୍ୟବାହରକୁ ବାରଣ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଆଜିଥ୍ରୋମାଇସିନ୍ ଓ ଆମୋକ୍ସିକ୍ଲାଭ୍ ଭଳି ଆଣ୍ଟିବାୟୋଟିକ୍ ଠାରୁ ଦୂରେଇ ରହିବାକୁ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ବା ଆଇଏମଏ ପକ୍ଷରୁ ପରାମର୍ଶ ଜାରି କରାଯାଇଛି । ଆଇଏମଏ ରାଷ୍ଟ୍ରୀୟ ଅଧ୍ୟକ୍ଷ ଡାକ୍ତର ଶରଦ କୁମାର ଅଗ୍ରୱାଲ ଏବଂ ଅନ୍ୟ ସଦସ୍ୟମାନେ ଜାରି କରିଥିବା ପରାମର୍ଶରେ କୁହାଯାଇଛି ଯେ ଅତି ଆବଶ୍ୟକ ନଥିଲେ ଆଣ୍ଟିବାୟୋଟିକ ସେବନ ରୁ ଦୂରେଇ ରୁହନ୍ତୁ । ଋତୁକାଳୀନ ଜ୍ୱର କିମ୍ବା କାଶ ସମୟରେ ରୋଗୀଙ୍କୁ ଆଣ୍ଟିବାୟୋଟିକ ନ ଦେବାକୁ ମଧ୍ୟ ଆଇଏମଏ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛି ।
ଆଇସିଏମଆର କହିଛି ଯେ ସମଗ୍ର ଦେଶରେ ଏବେ ଜ୍ୱର ଓ ଫ୍ଲୁ ମାମଲାର ବଢ଼ିବାରେ ଲାଗିଛି। ଇନଫ୍ଲୁଏଞ୍ଜା ଏ ସବଟାଇପ ଏଚ୩ଏନ୨ ଭାଇରସ ଯୋଗୁ ଏପରି ଘଟଣା ସାମ୍ନାକୁ ଆସୁଛି । ଅନ୍ୟ ସବ ଟାଇପ ଅପେକ୍ଷା ଏଚ୩ଏନ୨ ଭାଇରସ ଯୋଗୁ ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା ରହିଛି । ବିଶେଷଜ୍ଞଙ୍କ ମତରେ ବିଗତ ୨ରୁ ୩ ମାସ ହେଲାଣି ଏଚ୩ଏନ୨ ଭାଇରସ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଏଥିପାଇଁ ଲୋକମାନେ ଫ୍ଲୁ ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହା ସେମାନଙ୍କ ଶରୀରରେ ଗୋଟିଏ ସପ୍ତାହରୁ ଅଧିକ ଦିନ ରହୁଛି। ଏହି ରୋଗର ଲକ୍ଷଣ ହେଲା, କାଶ, ଥଣ୍ଡା ଓ ଜ୍ୱର। କିଛି ଲୋକ ମଧ୍ୟ ଏଥିଯୋଗୁ ଅନ୍ୟ ରୋଗରେ ପଡ଼ୁଛନ୍ତି। ଏହି ସଂକ୍ରମଣ ସାଧାରଣତଃ ୫ରୁ ୭ ଦିନ ପର୍ଯ୍ୟନ୍ତ ରହିଥାଏ । ତିନି ଦିନ ପରେ ଜ୍ୱର କମିଯାଏ, କିନ୍ତୁ କାଶ ତିନି ସପ୍ତାହ ପର୍ଯ୍ୟନ୍ତ ରହିପାରେ ।
ସଂକ୍ରମର ବଢ଼ୁଥିବାରୁ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଆଇସିଏମଆର ଭାଇରସରୁ ନିଜରୁ ସୁରକ୍ଷା ପାଇଁ କ'ଣ କରିବା ଦରକାର ଓ କ'ଣ ନୁହେଁ, ସେ ବିଷୟରେ ସମସ୍ତଙ୍କୁ ଅବଗତ କରାଇଛି।
- ୧-ଲକ୍ଷଣ ଥିଲେ ହାତକୁ ଭଲ ଭାବେ ସାବୁନ ଓ ପାଣି ଦ୍ୱାରା ଭଲ ଭାବେ ଧୁଅନ୍ତ ।
- ୨-ମାସ୍କ ପିନ୍ଧନ୍ତୁ ଓ ଗହଳୀ ସ୍ଥାନକୁ ଯାଆନ୍ତୁ ନାହିଁ ।
- ୩-କାଶ ଓ ଛିଙ୍କ ବେଳେ ମୁହଁକୁ ଘୋଡ଼ାଇ ରଖନ୍ତୁ ।
- ୪-ପ୍ରଚୁର ପରିମାଣ ପାଣି ଓ ଜୁସ ପିଅନ୍ତୁ । ଆଖି ଓ ନାକକୁ ବାରମ୍ବାର ଛୁଅନ୍ତୁ ନାହିଁ ।
- ୫-ଜ୍ୱର ଓ ଘୋଳାବିନ୍ଧା ପାଇଁ ପାରାସିଟାମଲ ଖାଆନ୍ତୁ । ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ପ୍ରକାରର ଆଣ୍ଟିବାୟୋଟିକ ଖାଆନ୍ତୁ ନାହିଁ ।
- ୬-ସର୍ବସାଧାରଣରେ ଛେପ ପକାନ୍ତୁ ନାହିଁ କିମ୍ବା କାହା ସହ ହାତ ମିଳାନ୍ତୁ ନାହିଁ ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications