ବଡ଼ ଅଜବ ଘଟଣା, ଛାତ୍ରଙ୍କ ଉତ୍ତର ଖାତା ଦେଖି କୋମାକୁ ପଳାଇଲେ ଶିକ୍ଷକ
Viral Answer Sheet: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ପରୀକ୍ଷା ଖାତା । ଯେଉଁ ଖାତରେ ଲେଖାଯାଇଛି ଅବଜ ଗଜବ ଶବ୍ଦ । ଆଉ ଯେଉଁ ଉତ୍ତର ଖାତା ଦେଖି ଏବେ କୋମା ରେ ପଡିଛନ୍ତି ଶିକ୍ଷକ ।
ତେବେ ଯଦି ଆପଣ ଏହି କପି (ଭାଇରାଲ୍ ଉତ୍ତର ସିଟ୍) ଦେଖନ୍ତି, ତେବେ ନହସି ରହିପାରିବେ ନାହିଁ । କାରଣ ଛାତ୍ର ଜଣକ ସେଭଳି କିଛି ଲେଖିଛନ୍ତି ଯାହାକୁ ଯେ କେହି ଦେଖୁଛନ୍ତି ହସି ହସି ବେଦମ ହେଉଛନ୍ତି । ଆପଣ ଭାବୁଥିଲେ ଛାତ୍ରଜଣକ ଏପରି କଣ ଲେଖିଥିଲେ ?
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଉତ୍ତର ଖାତାରେ ଛାତ୍ର ଜଣଙ୍କ ଏପରି କିଛି ଲେଖିଛନ୍ତି, ଯାହା ପଢିବା ପରେ ଲୋକମାନେ ଚକିତ ହୋଇଯିବେ । ପ୍ରଶ୍ନ ଯାହା ପଚରାଯାଇଥିଲା ତାହାର ଉତ୍ତରରେ ମନ ଇଚ୍ଛା ଉତ୍ତର ଲେଖିଛି ।

ପ୍ରଶ୍ନରେ ଭାଖଡା ନାଗଲ ପରିଯୋଜନା ବିଷୟରେ ପ୍ରଶ୍ନ ପଚରାଯାଇଥିବା ବେଳେ ଛାତ୍ର ଜଣଙ୍କ ତାଙ୍କ ଉତ୍ତର ଏମିତି ଆରମ୍ଭ କରିଛନ୍ତି । ସେ ଲେଖିଛନ୍ତି ଯେ, ଡ୍ୟାମଟି ସତଲେଜ୍ ନଦୀ ଉପରେ ନିର୍ମିତ । କିନ୍ତୁ ତା'ପରେ ସେ ଉତ୍ତରରେ ଏମିତି ଲେଖିଛନ୍ତି... ସତଲେଜ୍ ନଦୀ ପଞ୍ଜାବରେ ଅଛି। ପଞ୍ଜାବ ସର୍ଦ୍ଦାରଙ୍କର ଅଟେ। ସର୍ଦ୍ଦାର ପଟେଲ ମଧ୍ୟ ସର୍ଦ୍ଦାର ଥିଲେ । ତାଙ୍କୁ ଆଇରନ୍ ମ୍ୟାନ୍ ଅଫ୍ ଇଣ୍ଡିଆ ମଧ୍ୟ କୁହାଯାଏ । ଟାଟାରେ ତିଆରି ହୋଇଛି । କିନ୍ତୁ ଟାଟା ହାତରେ କରାଯାଇଥାଏ ଏବଂ ଆଇନର ହାତ ବହୁତ ଲମ୍ବା ଅଟେ । ଜବାହର ଲାଲ ନେହେରୁ ମଧ୍ୟ ଆଇନ ଜାଣିଥିଲେ...
ତେବେ ଭାବନ୍ତୁ ଉତ୍ତର ଖାତା ଦେଖୁଥିବା ଶିକ୍ଷକ କଣ କରୁଥିବେ । ମୋଟ ମାର୍କ ୧୦ ଥିବାବେଳେ ଶିକ୍ଷକ ଜଣକ କିଭଳି ମାର୍କ ଦେବେ ନିଜେ ମଧ୍ୟ ବୁଝିପାରୁନଥିଲେ। ଶୂନ୍ୟ ମାର୍କ ଦେବା ସହିତ ତଳେ ଶିକ୍ଷକ ଲେଖିଛନ୍ତି, 'ଟିଚର୍ କୋମା ମେ ହୈ' ଅର୍ଥାତ୍ ଶିକ୍ଷକ ଏବେ କୋମାରେ ଅଛନ୍ତି ।












Click it and Unblock the Notifications