ପ୍ରଫେଟ ମହମ୍ମଦ ମାମଲା : ପଶ୍ଚିମବଙ୍ଗରେ 144 ଧାରା ଜାରି
ହାଓ୍ବଡାରେ ଉପଦ୍ରବକାରୀ ପଥର ମାଡ଼, ବ୍ୟାପକ ପୋଡ଼ାଜଳା ଓ ଭଙ୍ଗାରୁଜା କରିଛନ୍ତି। ଘଟଣା ପରେ ଅଧିକାଂଶ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ ହେବା ସହ 144ଧାରା ଲାଗୁ କରାଯାଇଛି ।
କୋଲକାତା: ପ୍ରଫେଟ ମହମ୍ମଦଙ୍କୁ ନେଇ ପୂର୍ବତନ ବିଜେପି ନେତା ନୂପୁର ଶର୍ମାଙ୍କ ବୟାନ ପରେ ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ହିଂସା । ଉତ୍ତକ୍ତ ଲୋକମାନେ ନୂପୁର ଶର୍ମାଙ୍କ ଗିରଫ ଦାବି କରି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହାଓ୍ବଡାରେ ଉପଦ୍ରବକାରୀ ପଥର ମାଡ଼, ବ୍ୟାପକ ପୋଡ଼ାଜଳା ଓ ଭଙ୍ଗାରୁଜା କରିଛନ୍ତି। ଘଟଣା ପରେ ଅଧିକାଂଶ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ ହେବା ସହ 144ଧାରା ଲାଗୁ କରାଯାଇଛି ।

ସୂଚନା ଅନୁସାରେ, ବେଲଡାଙ୍ଗା ଥାନା ଅଞ୍ଚଳରେ ବେଲଡାଙ୍ଗା 1 ବ୍ଲକ ଓ ଶକ୍ତିପୁର ଥାନା ଅଞ୍ଚଳକୁ କଭର କରୁଥିବା ବେଲଡାଙ୍ଗା 2 ବ୍ଲକରେ ଇଣ୍ଟରନେଟ୍ ସେବାକୁ ଜୁନ୍ 14 ସକାଳ 6ଟା ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ସେହିପରି ପୁରା ହାଓଡ଼ା ଅଞ୍ଚଳରେ ଜୁନ୍ 13 ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି ଓ ଜୁନ୍ 15ପର୍ଯ୍ୟନ୍ତ ଉଲୁବେରିଆ, ଡୋମାଜୁର ଓ ପଞ୍ଚଲା ଭଳି ଅଞ୍ଚଳରେ ମଧ୍ୟ 144ଧାରା ଲାଗୁ କରାଯାଇଛି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, 'କେତେକ ରାଜନୈତିକ ଦଳ ଦଙ୍ଗା ପାଇଁ ଲୋକଙ୍କୁ ଉସକାଉଛନ୍ତି । ହିଂସାକୁ ପ୍ରୋତ୍ସାହନ ନଦେବା ପାଇଁ ସେ ଚେତାବନୀ ଦେଇଛନ୍ତି ।' ହାଓଡା ଜିଲ୍ଲା ପାଞ୍ଚିଆରେ ନମାଜ ପାଠ ହେବା ପରଠାରୁ ଆରମ୍ଭ ହୋଇଥିବା ହିଂସା ବର୍ତ୍ତମାନ ଉଗ୍ର ରୂପ ନେଉଛି ।












Click it and Unblock the Notifications