ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହିଂସା: ବିଜେପି ଓ ଟିଏମସି କର୍ମୀ ମୃତ

West Bengal Panchayat Election:ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ମତଦାନ ଆରମ୍ଭ ହୋଇଯାଇଛି । ୬୩୨୨୯ ପଞ୍ଚାୟତ, ୯୭୩୦ ପଞ୍ଚାୟତ ସମିତି, ୯୨୮ ଜିଲ୍ଲା ପରିଷଦ ପାଇଁ ଭୋଟିଂ ହେବ । ୫ କୋଟି ୬୭ ଲକ୍ଷ ଭୋଟର ନିର୍ଦ୍ଧାରଣ କରିବେ ଭାଗ୍ୟ । ଆସନ୍ତା ଜୁଲାଇ ୧୧ ତାରିଖରେ ଘୋଷଣା ହେବ ଫଳାଫଳ ।

ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ତ ଦେଖିବା ପାଇଁ ମିଳିଛି । ନିର୍ବାଚନ ତାରିଖ ଘୋଷଣା ହେବା ପରଠୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୯ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଦକ୍ଷିଣ ୨୪ ପରଗଣା ଜିଲ୍ଲାରେ ପୋଲିସ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଝଗଡ଼ା ହେବା ପରେ ପୋଲିସ ଲୋକଙ୍କ ଉପରେ ଲାଠି ଚାର୍ଚ୍ଚା କରିଛି ।

West Bengal

ସେହିପରି ପଶ୍ଚିମବଙ୍ଗର ପଞ୍ଚାୟତ ନିର୍ବାଚନରେ ​​ମୁରସିଦାବାଦରେ ଜଣେ ଟିଏମସି କର୍ମୀ ନିହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ମୁର୍ସିଦାବାଦର ଖାରଗ୍ରାମରେ 52 ବର୍ଷିୟ ଟିଏମସି କର୍ମୀ ସତେସୁଦ୍ଦିନ ଶେଖଙ୍କୁ ହତ୍ୟା କରାଯାଇଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନା ପଠାଯାଇଛି। ଖାରଗ୍ରାମରେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ସମୟରେ କଂଗ୍ରେସ କର୍ମୀ ଫୁଲଚାନ୍ଦଙ୍କୁ ହତ୍ୟା କରାଯାଇଥିଲା।

ସେହିପରି କୁଚ ବିହାର ପାଲିମାରି ଗ୍ରାମ ପଞ୍ଚାୟତରେ ଗୁଣ୍ଡାମାନେ ଏକ ମତଦାନ କେନ୍ଦ୍ର ଉପରେ ଆକ୍ରମଣ କରିବା ସମୟରେ ଜଣେ ବିଜେପି ପ୍ରାର୍ଥୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଆହତ ପ୍ରାର୍ଥୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ବୁଥରେ ମତଦାନ ବନ୍ଦ ରହିଛି । ପ୍ରାର୍ଥୀ ମାୟା ବାରମାନ କହିଛନ୍ତି, "ଟିଏମସିର ଗୁଣ୍ତା ମାନେ ମୋ ଏଜେଣ୍ଟ ଉପରେ ବୋମା ଫିଙ୍ଗି ହତ୍ୟା କରିବା ସହ ମୋ ଉପରେ ଆକ୍ରମଣ ମଧ୍ୟ କରିଛନ୍ତି' ।


ଟିଏମସି ଦେଇଥିବା ସୂଚନା ଅନୁସାରେ ରଜନଗର, ତୁଫାଙ୍ଗଞ୍ଜ ଏବଂ ଖାରଗ୍ରାମରେ ତିନିଜଣ କର୍ମୀଙ୍କର ମୃତ୍ୟୁ ଘଟିଛି ଏବଂ ଡୋମକୋଲରେ ଦୁଇ ଜଣ ଆହତ ହୋଇଛନ୍ତି। ପଶ୍ଚିମବଙ୍ଗ ବିଜେପି, ପଶ୍ଚିମବଙ୍ଗ ସିପିଆଇ (ଏମ୍) ଏବଂ ପଶ୍ଚିମବଙ୍ଗ କଂଗ୍ରେସ କେନ୍ଦ୍ରୀୟ ବାହିନୀ ମୁତୟନ କରିବାକୁ ଦାବି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+