ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନୀ ହିଂସା:ପୋଲିସ ସାମ୍ନାରେ ବାଲଟ ପେପରରେ ନିଆଁ ଲଗାଇବା ସହ ବୁଥରେ ଭଙ୍ଗାରୁଜା
Violence in West Bengal Panchayat Elections: ପଶ୍ଚିମବଙ୍ଗରେ ପ୍ରବଳ ହିଂସା ମଧ୍ୟରେ ପଞ୍ଚାୟତ ନିର୍ବାଚନ ଜାରି ରହିଛି । ଅନେକ ସ୍ଥାନରୁ ଗୁଳି ବିନିମୟ ଖବର ଆସୁଛି। ଆଜି ଘଟିଥିବା ଏହି ଭୟଙ୍କର ହିଂସାରେ ବର୍ତ୍ତମାନ ସୁଦ୍ଧା ୧୦ଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ସହ ଅସହାୟ ହୋଇ ପଡିଛି ରାଜ୍ୟ ପୋଲିସ ବିଭାଗ ।
ANI ସୂଚନା ଅନୁସାରେ, ଭୋଟରମାନେ ବଙ୍ଗଳାର କୁଚ ବିହାର ଜିଲ୍ଲାର ଦିନହାଟାର ବାରାନାଚିନା ସ୍ଥିତ ଏକ ମତଦାନ ବୁଥରେ ପୋଲିସ ସାମ୍ନାରେ ନିଆଁ ଲଗାଇଥିବାର ଅଭିଯୋଗ ହୋଇଛି । ସେହିପରି ବୁଥରେ ଥିବା ଭୋଟରଙ୍କୁ ଟାର୍ଗେଟ୍ କରି ବୋମାମାଡ଼ କରାଯାଇଥିବାର ଅଭିଯୋଗ କରାଯାଇଛି ।
#WATCH | West Bengal panchayat election | Ballot box at a polling booth in Baranachina of Dinhata in Cooch Behar district was set on fire allegedly by voters who were angry with bogus voting that was reportedly going on here. pic.twitter.com/6C5aC00uac
— ANI (@ANI) July 8, 2023
ସେପଟେ ବିରୋଧୀ ଦଳର ନେତା ତଥା ବିଜେପି ନେତା ସୁଭେନ୍ଦୁ ଅଧିକାରୀଙ୍କ ଏହି ଘଟଣାର ନିନ୍ଦା କରିଛନ୍ତି । ସେ କହିଛନ୍ତି, ଏହା ନିର୍ବାଚନ ନୁହେଁ, ଏହା ମୃତ୍ୟୁର ତାଣ୍ତବ । ସମଗ୍ର ରାଜ୍ୟରେ ହିଂସା ନିଆଁ ଲାଗିଛି। କେନ୍ଦ୍ରୀୟ ବାହିନୀ ନିୟୋଜିତ ହୋଇନାହିଁ। CCTV କାମ କରୁନାହିଁ । ଏହା ଭୋଟ୍ ନୁହେଁ ବରଂ ଲୁଟ୍ । ଏହା ହେଉଛି ଟିଏମସି ଗୁଣ୍ଡା ଏବଂ ପୋଲିସର ମିଳିତ ଚାଲ । ସେଥିପାଇଁ ଏତେ ସଂଖ୍ୟକ ହତ୍ୟାକାଣ୍ଡ ଘଟୁଛି ।

ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, 22 ଟି ଜିଲ୍ଲାର 63229 ଗ୍ରାମ ପଞ୍ଚାୟତ ଆସନ ପାଇଁ ଟିଏମସିରେ ସର୍ବାଧିକ 61,591 ପ୍ରାର୍ଥୀ ଅଛନ୍ତି । ଯେଉଁଠାରେ ବିଜେପିର 38,475 ପ୍ରାର୍ଥୀ ଅଛନ୍ତି । ହିଂସା ଘଟଣାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।












Click it and Unblock the Notifications