Get Updates
Get notified of breaking news, exclusive insights, and must-see stories!

ସରିଲା ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ:ଗଲା ୧୪ ଜୀବନ

West Bengal Panchayat election:ଶନିବାର ଅର୍ଥାତ୍ ଜୁଲାଇ ୮ ତାରିଖରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଭୋଟିଂ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବା ପାଇଁ ମିଳିଥିଲା । ଯେଉଁଥି ପାଇଁ ବର୍ତ୍ତମାନ ପରସ୍ପରକୁ ଦାୟି କରୁଛି ବିଭିନ୍ନ ରାଜନୈତିକ ଦଳ । ନିର୍ବାଚନ ହିଂସାକୁ ନେଇ ବିଜେପି ଏବଂ କଂଗ୍ରେସ ଟିଏମସିକୁ ଦାୟି କରୁଥିବା ବେଳେ ମମତା ସରକାର ବିରୋଧୀ ଦଳମାନଙ୍କୁ ସିଧାସଳଖ ଏପରି ଘଟଣା ପାଇଁ ନିନ୍ଦା କରୁଛି ।

ପଶ୍ଚିମବଙ୍ଗରେ ତିନି ସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ହିଂସା ଘଟଣାରେ ଗୋଟିଏ ଦିନରେ 14 ଜଣଙ୍କର ମୃତ୍ୟୁ ଘଟିଛି । ରିପୋର୍ଟ ଅନୁସାରେ, ଶାସକ ଦଳର 8 ଜଣ ସଦସ୍ୟ, ବିଜେପିର ଜଣେ କର୍ମୀ, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି, କଂଗ୍ରେସ ଏବଂ ଇଣ୍ଡିଆନ ସେକ୍ୟୁଲାର ଫ୍ରଣ୍ଟର ଜଣେ ଜଣେ ସଦସ୍ୟଙ୍କ ମୃତ୍ୟୁ ହୋଇଛି ।

panchayat election

ବଙ୍ଗଳା ରାଜ୍ୟପାଳ ସି.ଭି ଆନନ୍ଦ କହିଛନ୍ତି, ଏହା ଅତ୍ୟନ୍ତ ବିବ୍ରତ କଲାପରି ଘଟଣା । ନିର୍ବାଚନ ପାଇଁ ହିଂସା ଏବଂ ହତ୍ୟା ଘଟୁଛି। ଗରିବ ଲୋକଙ୍କୁ ହତ୍ୟା କରାଯାଉଛି। ଆମକୁ ଦାରିଦ୍ର୍ୟ ଦୂର କରିବାକୁ ପଡିବ ଏବଂ ଗରିବ ଲୋକଙ୍କର ହତ୍ୟା କଲେ କିଛି ମିଳିବ ନାହିଁ । ରାଜ୍ୟବାସୀ ଏହା ଚାହୁଁନାହିଁ। ରାଜ୍ୟପାଳ ଉତ୍ତର ପରଗାନାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ହିଂସାରେ ଆହତ ଲୋକଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ଅଭିଯୋଗ ମଧ୍ୟ ଶୁଣୁଥିଲେ।

ରାଜ୍ୟର ଗ୍ରାମାଞ୍ଚଳରେ 73,887 ଟି ଆସନରେ ସକାଳ 7 ଟାରୁ ମତଦାନ ଆରମ୍ଭ ହୋଇଥିଲା। ଭୋଟ୍ ଚାଲିଥିବା ସମୟରେ ଚୋରି ଏବଂ ବାଲାଟ୍ ବାକ୍ସ ପୋଡିବା ପରି ଘଟଣା ଦେଖିବା ପାଇଁ ମିଳିଥିଲା । ଅନ୍ୟପଟେ ରାଜନୈତିକ କର୍ମୀଙ୍କୁ ଜନସାଧାରଣ ରାଗର ଶିକାର ହେବା ପାଇଁ ପଡିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+