ମଣିପୁରରେ ଥମୁନି ହିଂସା:ଜଳିଲା ରାଷ୍ଟ୍ରମନ୍ତ୍ରୀଙ୍କ ଘର, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କଲେ ରାହୁଲ ଗାନ୍ଧି

ମଣିପୁର:ଥମିବାର ନାଁ ନେଉ ନାହିଁ ମଣିପୁରର ହିଂସା । ସାଧାରଣ ଜନତାଙ୍କ ପରେ ଏବେ ଟାର୍ଗେଟରେ ନେତା, ମନ୍ତ୍ରୀ ଏବଂ ସୁରକ୍ଷାକର୍ମୀ । ପୂର୍ବ ଇମ୍ପାଲର କୋଙ୍ଗବାରେ ଥିବା ରାଷ୍ଟ୍ରମନ୍ତ୍ରୀ ଆରକେ ରଞ୍ଜନଙ୍କ ଘରେ ନିଆଁ ଲଗାଇଛନ୍ତି ଉପଦ୍ରବକାରୀ ।

ସୂଚନା ଅନୁସାରେ, ରାଷ୍ଟ୍ରମନ୍ତ୍ରୀଙ୍କ ଘର ଉପରକୁ ଅଧାରାତିରେ ଆକ୍ରମଣ କରି ଭଙ୍ଗାରୁଜା କରିବା ସହ ଜଳାପୋଡା କରିଥିଲେ ଉପଦ୍ରବକାରୀ । ତେବେ ସୁରକ୍ଷାକର୍ମୀ ମୁତୟନ ଥିବା ସତ୍ୱେ ଏପରି ଅଘଟଣ ଘଟିଥିଲା । ତେହେ କିଛି ଦିନ ହେବ ଲଗାତାର ନେତା ମନ୍ତ୍ରୀଙ୍କ ଘର ଉପରକୁ ଆକ୍ରମଣ କରାଯାଉଛି ।

 Manipur

ତେବେ ମନ୍ତ୍ରୀ ଆରେକ ରଞ୍ଜନ କହିଛନ୍ତି, ଧିରେ ଧିରେ ରାଜ୍ୟର ସୁରକ୍ଷା ବ୍ୟବସ୍ଥା ବିଗିଡିବାରେ ଲାଗିଛି । ଏପରି ଘଟଣା ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହି ଘଟଣାର ଗୋଟିଏ ଦିନ ପୂର୍ବରୁ ଆଉ ଜଣେ ରାଜ୍ୟ ମନ୍ତ୍ରୀଙ୍କ ଘର ଉପରକୁ ମଧ୍ୟ ଆକ୍ରମଣ କରାଯାଇଥିଲା । ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏହି ଘଟଣାକୁ ସମାଲୋଚନା କରି କହିଛନ୍ତି, ଏହି ଘଟଣା ପାଇଁ କେନ୍ଦ୍ର ସରକାର ଦାୟୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+