Manipur: ପୁଣି ହିଂସାରେ ଥରିଲା ମଣିପୁର, ଗୁଳିମାଡ଼ରେ ୫ ଜଣଙ୍କ ମୃତ୍ୟୁ

ନୂଆ ବର୍ଷର ଆରମ୍ଭ ସହ ପୁଣି ଥରେ ଅଶାନ୍ତ ହୋଇ ଉଠିଛି ମଣିପୁର । ଗୁଳିମାଡ ଘଟଣା ଖବର ଆସିଛି ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ତେବେ ଏହା ପରେ ପାଞ୍ଚଟି ଉପତ୍ୟକା ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି ।

Manipur violence

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଆକ୍ରମଣକାରୀମାନେ ଅଟୋମେଟିକ୍ ବନ୍ଧୁକ ନେଇ ଆସିଥିଲେ। କିଛି ଲୋକ ଟଙ୍କା ଲୁଟିବାକୁ ଆସିଥାଇ ପାରନ୍ତି ବୋଲି ଦାବି କରାଯାଉଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଲୋକଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ ।

ଲୋକମାନଙ୍କୁ ନିବେଦନ କରି ସିଏମ୍ କହିଛନ୍ତି, "ନିରୀହ ଲୋକଙ୍କ ହତ୍ୟାକୁ ନେଇ ମୁଁ ଅତ୍ୟଧିକ ଦୁଃଖି। ଅପରାଧୀଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ । ଯେଉଁଥି ପାଇଁ ସ୍ପେସାଲ ପୋଲିସ ଟିମ୍ ଗଠନ କରାଯାଉଛି । ସରକାରଙ୍କୁ ସାହାଯ୍ୟ କର। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମୁଁ ପ୍ରତିଶୃତି ଦେଉଛି ଯେ ଆଇନ ଅନୁଯାୟୀ ନ୍ୟାୟ ପ୍ରଦାନ ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଚେଷ୍ଟା କରାଯିବ ।

ମଣିପୁରରେ ହିଂସା ଘଟଣାର ସାମ୍ନାକୁ ଆସିବା ପରେ ଉତ୍ୟକ୍ତ ସ୍ଥାନୀୟ ଲୋକମାନେ କିଛି ଗାଡିରେ ନିଆଁ ଲଗାଇ ଦେଇଥିଲେ। ଉତେଜନା ବଢି ହିଂସାକାଣ୍ଡର ରୂପ ନେବା ପରେ ରାଜ୍ୟ ସରକାର ଥୋବାଲ, ଇମ୍ଫାଲ ପୂର୍ବ, ଇମ୍ଫାଲ ପଶ୍ଚିମ, କାକଚିଙ୍ଗ ଓ ବିଷ୍ଣୁପୁର ଜିଲ୍ଲାରେ କର୍ଫ୍ୟୁ କଟକଣା ବଳବତର କରାଯାଇଛି ।

ଏହି ସମୟରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଏକ ଭିଡିଓ ବାର୍ତ୍ତାରେ ହିଂସାକୁ ନିନ୍ଦା କରିବା ସହ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି। ଲୋକମାନଙ୍କୁ ନିବେଦନ କରି ସିଏମ୍ କହିଛନ୍ତି, 'ଅପରାଧୀଙ୍କୁ ଗିରଫ କରିବା ପାଇଁ ଆମେ ପୋଲିସ ଟିମ୍ ନିୟୋଜିତ କରିଛୁ। ସରକାରଙ୍କୁ ସାହାଯ୍ୟ କର। ମୁଁ ପ୍ରତିଶୃତି ଦେଉଛି ଯେ ଆଇନ ଅନୁଯାୟୀ ନ୍ୟାୟ ପ୍ରଦାନ ପାଇଁ ସରକାର ସମସ୍ତ ପ୍ରକାର ଚେଷ୍ଟା କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+