Get Updates
Get notified of breaking news, exclusive insights, and must-see stories!

ଧାରା ୩୭୦ ଉଚ୍ଛେଦ ହେବା ପରେ କାଶ୍ମୀର, ଉତ୍ତରପୂର୍ବ ଓ ମାଓପ୍ରଭାବିତ ଅଞ୍ଚଳରେ ହ୍ରାସ ପାଇଛି ୮୦ ପ୍ରତିଶତ ହିଂସା;ସ୍ୱରାଷ୍ଟ୍ରମନ୍ତ

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି, ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀର, ଉତ୍ତର-ପୂର୍ବ ଏବଂ ମାଓ ପ୍ରଭାବିତ ଅଞ୍ଚଳରେ ହିଂସା ୮୦ ପ୍ରତିଶତ ହ୍ରାସ ପାଇଛି। ସେ କହିଛନ୍ତି,ସେହି ଅଞ୍ଚଳଗୁଡ଼ିକ ଖୁବ୍‍ ଶୀର୍ଘ ସଂପୂର୍ଣ୍ଣ ହିଂସା ମୁକ୍ତ ହେବ। ଆଜି ଦିଲ୍ଲୀ ପୋଲିସର ଅଣାଅଶୀତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଶ୍ରୀ ଶାହା କହିଛନ୍ତି, ୧୧ଟି ରାଜ୍ୟରେ ବ୍ୟାପିଥିବା ମାଓ ଆତଙ୍କବାଦ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସୃଷ୍ଟି କରିଛି।

ଶ୍ରୀ ଶାହ କହିଛନ୍ତି, ଜାତୀୟ ରାଜଧାନୀରେ ପୋଲିସ୍‍ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଆଜି ଦିଲ୍ଲୀ ପୋଲିସ ସ୍ୱତନ୍ତ୍ର ସେଲ୍‌ ମୁଖ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସେ କହିଛନ୍ତି, ଏହା ସାରା ଦେଶରେ ପୋଲିସ ବିଭାଗ ପାଇଁ ଏକ ଆଦର୍ଶ ସ୍ପେଶାଲ୍ ସେଲ୍‌ ମୁଖ୍ୟାଳୟ ଭାବରେ ଉଭା ହେବ।

amit shah

ଶ୍ରୀ ଶାହା କହିଛନ୍ତି, ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଦେଶବ୍ୟାପୀ ଅନେକ ବଡ଼ ଆତଙ୍କବାଦୀ ଘଟଣାର ତଦନ୍ତ କରିବା ସହିତ ନିଶାଦ୍ରବ୍ୟ କାରବାର, ନକଲି ଭାରତୀୟ ମୁଦ୍ରା ରାକେଟ ଏବଂ ସାଇବର ଅପରାଧ ମାମଲାର ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ମନ୍ତ୍ରୀ କହିଛନ୍ତି, ଗତ ଏଗାର ବର୍ଷ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ, ତିନୋଟି ନୂତନ ଅପରାଧିକ ଆଇନ ପ୍ରଚଳନ ସମେତ ଅନେକ ମାଇଲଖୁଣ୍ଟ ହାସଲ କରାଯାଇଛି।

ଏହି ଅବସରରେ, ଦିଲ୍ଲୀ ପୋଲିସ କମିଶନର ସତୀଶ ଗୋଲଚା କହିଛନ୍ତି ଯେ ନିଶା ମୁକ୍ତ ଭାରତ ଅଭିଯାନ ଅଧୀନରେ, ଦିଲ୍ଲୀ ପୋଲିସ ଗତ ବର୍ଷ ଛଅ ହଜାର କିଲୋଗ୍ରାମରୁ ଅଧିକ ନିଶାଦ୍ରବ୍ୟ ଜବତ କରିଛି। ସେ କହିଛନ୍ତି, ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍‌, କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ସହିତ ସମନ୍ୱୟ ରକ୍ଷାକରି ବିଦେଶରୁ କାର୍ଯ୍ୟ କରୁଥିବା ୩୨ ଜଣ ପଳାତକ ଅପରାଧୀଙ୍କ ତାଲିକା ଉପରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+