ବାଂଲାଦେଶରେ ହିଂସା ; ସାରା ଦେଶରେ କର୍ଫ୍ୟୁ ଜାରି କଲେ ସରକାର, ଇଣ୍ଟରନେଟ୍ ସେବା ଉପରେ ଲାଗିଲା କଟକଣା
ବାଂଲାଦେଶରେ ସଂରକ୍ଷଣ ବିରୋଧରେ ଛାତ୍ରଙ୍କ ବିରୋଧ ଜାରି ରହିଛି। ସେପଟେ ବାଂଲାଦେଶ ସରକାର ରବିବାର ସନ୍ଧ୍ୟା 6 ଟାରୁ ବାଂଲାଦେଶରେ କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଛନ୍ତି। ବାଂଲାଦେଶରେ ହୋଇଥିବା ହିଂସାରେ 95 ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ସେପଟେ ବାଂଲାଦେଶରେ ମଧ୍ୟ ତିନି ଦିନିଆ ଛୁଟି ଘୋଷଣା କରାଯାଇଛି। ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରମାନେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରୁଛନ୍ତି। ସେପଟେ ବାଂଲାଦେଶ ଗୃହ ମନ୍ତ୍ରଣାଳୟ ରବିବାର ସନ୍ଧ୍ୟା 6 ଟାରୁ ସାରା ଦେଶରେ କର୍ଫ୍ୟୁ ଘୋଷଣା କରିଛି। କର୍ଫ୍ୟୁ ସମୟରେ ଫେସବୁକ୍, ହ୍ୱାଟସ୍ ଆପ୍, ଇନଷ୍ଟାଗ୍ରାମ, ମୋବାଇଲ୍ ଇଣ୍ଟରନେଟ୍ ବନ୍ଦ ରହିବ।
ଭାରତ ଜରୁରୀକାଳୀନ ସହାୟତା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ହେଲ୍ପଲାଇନ ନମ୍ବର ଜାରି କରିଛି| ବାଂଲାଦେଶରେ ଉପସ୍ଥିତ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ମଧ୍ୟ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ, ସେମାନଙ୍କ ଗତିବିଧି ସୀମିତ ରଖିବାକୁ ଏବଂ ଜରୁରୀକାଳୀନ ଫୋନ୍ ନମ୍ବର 8801958383679, 8801958383680, 8801937400591 ମାଧ୍ୟମରେ ଢ଼ାକାରେ ଥିବା ଭାରତୀୟ ହାଇ କମିଶନଙ୍କ ସହ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି।
ରବିବାର ଦିନ ଶେଖ ହାସିନା ଏକ ବୈଠକ ଡାକିଥିଲେ। ଏହା ବ୍ୟତୀତ ବାଂଲାଦେଶର ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକ ଏକତ୍ରିତ ହୋଇ ଶେଖ ହସିନାଙ୍କ ଇସ୍ତଫା ଦାବି କରିବାକୁ ଲାଗିଲେ। ପ୍ରକାଶ ଯେ, ଶେଖ ହସିନା ତାଙ୍କ ବ୍ୟକ୍ତିଗତ ବାସଭବନ ଜାତୀୟ ସୁରକ୍ଷା କମିଟିର ବୈଠକ ଡାକିଥିଲେ। ଏହି ସମୟରେ ସେ କହିଛନ୍ତି, 'ଯେଉଁମାନେ ବିରୋଧ ନାମରେ ସରକାରୀ ସମ୍ପତ୍ତି ନଷ୍ଟ କରୁଛନ୍ତି ସେମାନେ ଛାତ୍ର ନୁହଁନ୍ତି ଆତଙ୍କବାଦୀ। ମୁଁ ଦେଶବାସୀଙ୍କୁ ଏପରି ଲୋକଙ୍କୁ ଦୃଢ଼ ପ୍ରତିକ୍ରିୟା ଦେବାକୁ ନିବେଦନ କରୁଛି। ଏହି ସଭାରେ ସେନା, ନୌସେନା, ବାୟୁସେନା, ପୋଲିସ ଏବଂ ସୁରକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପରାମର୍ଶଦାତା ମଧ୍ୟ ଉପସ୍ଥିତ ଥିଲେ।












Click it and Unblock the Notifications