ପୁଣି ବାଂଲାଦେଶରେ ହିଂସା ; ୭୨ ମୃତ, ଭାରତୀୟଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର
ଢାକା: ବାଂଲାଦେଶର ରାଜଧାନୀ ଢାକାରେ ଶାସକ ଆୱାମୀ ଲିଗର ସମର୍ଥକ ଏବଂ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଦାବି କରୁଥିବା ବିକ୍ଷୋଭକାରୀଙ୍କ ମଧ୍ୟରେ ରବିବାର ହୋଇଥିବା ସଂଘର୍ଷରେ ୭୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଗତମାସରେ ସଂରକ୍ଷଣ ବିରୋଧୀ ବିକ୍ଷୋଭରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇବାର କିଛି ଦିନ ପରେ ଏଭଳି ସ୍ଥିତି ଉପୁଜିଛି।

ପୁଣି ହିଂସାକାଣ୍ଡ ପରେ ଭାରତ ବାଂଲାଦେଶରେ ଥିବା ନିଜ ନାଗରିକମାନଙ୍କୁ ଯୋଗାଯୋଗରେ ରହିବା ସହ ସତର୍କ ରହିବାକୁ କହିଛି। ଭାରତୀୟ ସହକାରୀ ହାଇକମିଶନ, ସିଲେଟ ଅଧୀନରେ ରହୁଥିବା ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଭାରତୀୟ ନାଗରିକଙ୍କୁ ଏହି କାର୍ଯ୍ୟାଳୟ ସହ ଯୋଗାଯୋଗରେ ରହିବାକୁ ଅନୁରୋଧ କରାଯାଇଛି ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ସୂଚନାଅନୁସାରେ, ବିକ୍ଷୋଭକାରୀମାନେ ସରକାରଙ୍କ ଇସ୍ତଫା ଦାବି କରି ଏକ 'ଅସହଯୋଗ କାର୍ଯ୍ୟକ୍ରମ'ରେ ଅଂଶଗ୍ରହଣ କରିବାକୁ ପହଞ୍ଚିଥିଲେ। ଆୱାମୀ ଲିଗ୍, ଛତ୍ର ଲିଗ୍ ଓ ଜୁବୋ ଲିଗ୍ ର କର୍ମକର୍ତ୍ତାମାନେ ଏହାକୁ ବିରୋଧ କରିବା ପରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା। ଢାକା ଟ୍ରିବ୍ୟୁନ୍ ରିପୋର୍ଟ ଅନୁଯାୟୀ, ମୁନ୍ସିଗଞ୍ଜରେ ବିକ୍ଷୋଭକାରୀ ଓ ଆୱାମୀ ଲିଗ୍ ସମର୍ଥକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଅତି କମ୍ରେ ୭୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି।












Click it and Unblock the Notifications