ମନ୍ଦିରରେ ମାଂସ ମିଳିବା ପରେ କନୌଜରେ ହିଂସାକାଣ୍ଡ
ର୍ବୁତ୍ତ ମନ୍ଦିର କନୌଜ ଜିଲ୍ଲାର ରସୁଲାବାଦ ଗାଁ ମନ୍ଦିରରେ ମାଂସ ଫିଙ୍ଗିଥିବା ଅଭିଯୋଗ ହୋଇଛି। ସକାଳୁ ପୂଜା ପାଇଁ ଆସିଥିବା ପୂଜକ ମନ୍ଦିର ପରିସରରେ ମାଂସ ଖଣ୍ଡ ପଡିଥିବାର ଦେଖିଥିଲେ ।
ଲକ୍ଷ୍ନୌ: ଉତ୍ତରପ୍ରଦେଶ କନୌଜରେ ଅଘଟଣ । କେହି ଜଣେ ଦୁର୍ବୁତ୍ତ ମନ୍ଦିର କନୌଜ ଜିଲ୍ଲାର ରସୁଲାବାଦ ଗାଁ ମନ୍ଦିରରେ ମାଂସ ଫିଙ୍ଗିଥିବା ଅଭିଯୋଗ ହୋଇଛି। ସକାଳୁ ପୂଜା ପାଇଁ ଆସିଥିବା ପୂଜକ ମନ୍ଦିର ପରିସରରେ ମାଂସ ଖଣ୍ଡ ପଡିଥିବାର ଦେଖିଥିଲେ । ଏହାପରେ ଗ୍ରାମବାସୀଙ୍କୁ ଏନେଇ ଅବଗତ କରିଥିଲେ ପୂଜକ । ଏହାପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ଏହାର ପ୍ରତିବାଦରେ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ ଓ ରାସ୍ତା ଅବରୋଧ କରିବା ସହ ଥାନାରେ ଅଭିଯୋଗ କରିଥିଲେ । ଏଥିସହିତ ବିକ୍ଷୋଭକାରୀ ମନ୍ଦିର ନିକଟରେ ଥିବା ତିନୋଟି ମାଂସ ଦୋକାନରେ ନିଆଁ ଲଗାଇ ଦେଇଥିଲେ ।
ଏ ସମ୍ପର୍କରେ ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି । କୌଣସି ପ୍ରକାର ଅପ୍ରିତୀକର ପରିସ୍ଥିତିକୁ ଏଡାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ପୋଲିସର ଏକ ଟିମ୍ ମୁତୟନ କରାଯାଇଛି । କିନ୍ତୁ ମନ୍ଦିର ପରିସରରେ କିଏ ମାଂସ ଖଣ୍ଡ ଫିଙ୍ଗିଲା ସେନେଇ କୌଣସି ତଥ୍ୟ ମିଳିପାରିନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ,ଏହି ଅଶୋଭନୀୟ କାଣ୍ଡ ଭିଆଇଥିବା ବ୍ୟକ୍ତି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଜିଲ୍ଲା ମାଜିଷ୍ଟ୍ରେଟ ରାକେଶ ମିଶ୍ର କହିଛନ୍ତି ଯେ, ଏହି ଘଟଣା ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଦୁଇଟି ଏଫଆଇଆର ରେଜିଷ୍ଟର ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି, "ଯେଉଁମାନେ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।












Click it and Unblock the Notifications