ପଶ୍ଚିମବଙ୍ଗରେ ଥମୁନି ୱାକଫ ଆଇନ ବିରୋଧରେ ହିଂସା
ୱାକଫ ସଂଶୋଧନ ଆଇନ ବିରୋଧରେ ସୋମବାର ପଶ୍ଚିମବଙ୍ଗରେ ପୁଣି ଥରେ ହିଂସାକାଣ୍ତ ଘଟିଛି । ଦକ୍ଷିଣ ୨୪ ପରଗଣା ଭାଙ୍ଗଡରେ ପ୍ରଦର୍ଶନକାରୀମାନେ ପୋଲିସ ଗାଡ଼ିରେ ନିଆଁ ଲଗାଇ ଜାଳି ଦେବା ଭଙ୍ଗାରୁଜା ମଧ୍ୟ କରିଥିଲେ। ଯାହା ପରେ ଏହି ଅଞ୍ଚଳରେ ବହୁ ସଂଖ୍ୟକ ପୋଲିସ ମୁତୟନ କରାଯାଇଛି ଏବଂ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି ।

ୱାକଫ ଆଇନକୁ ବିରୋଧ କରି ଗତ କିଛି ଦିନ ଧରି ପଶ୍ଚିମବଙ୍ଗରେ ହିଂସା ବନ୍ଦ ହେବାର ନାଁ ନେଉ ନାହଁ । ସୋମବାର ପୂର୍ବରୁ, ପଶ୍ଚିମବଙ୍ଗର ଦକ୍ଷିଣ 24 ପରଗନାରେ, ISF ବିଧାୟକ ନୌସାଦ ସିଦ୍ଦିକୀ ୱାକଫ ଆଇନ ବିରୋଧରେ ପ୍ରତିବାଦ କରୁଥିଲେ ଏହା ପରେ ପୋଲିସ ଲାଠିଚାର୍ଜ କରିଥିଲା ।












Click it and Unblock the Notifications