ମଣିପୁରରେ ପୁଣି ଉଗ୍ର ହେଲା ହିଂସା: ଆଖିବୁଜା ଗୁଳିମାଡ, ୩ମୃତ
ନୂଆଦିଲ୍ଲୀ: ମେ' ୩ରୁ ଆଦିବାସୀ ଓ ଅଣ ଆଦିବାସୀ ସଂଘର୍ଷ ଯୋଗୁ ଅଣାୟାତ୍ତ ହୋଇ ପଡ଼ିଥିବା ମଣିପୁର ସ୍ଥିତି ପୁଣି ବିଗଡ଼ିବାରେ ଲାଗିଛି । ପୁଣି ଉଗ୍ରରୂପ ନେଇଛି ହିଂସାକାଣ୍ଡ । ଶନିବାର ମଧ୍ୟ ରାତିରେ ବିଷ୍ଣୁପୁରରେ ଫୁଟିଛି ଗୁଳି । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ।
ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ମଣିପୁରର ଉତ୍ତରପଶ୍ଚିମ ପ୍ରାନ୍ତରେ ଗୁଳିମାଡର ଶବ୍ଦ ଶୁଣା ଯାଇଥିଲା । ଡମ୍ପି ପାହାଡି ଇଲାକାରେ ଅଜ୍ଞାତ ଅସ୍ତ୍ରଶସ୍ତ୍ରଧାରୀ ବ୍ୟକ୍ତିଙ୍କ ସହ କୁକି ବିଦ୍ରୋହୀ ମିଶି ସେଠାରେ ମୁତୟନ ହୋଇଥିବା ବିଡିଏଫ୍ ଓ ପୋଲିସ କମାଣ୍ଡୋଙ୍କ ଉପରକୁ ଗୁଳିମାଡ କରିଥିଲେ । ରାତି ସାରା ଗୁଳିମାଡ ଜାରି ରହିଥିଲା । ଏହି ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଏହାପୂର୍ବରୁ ମଣିପୁରର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକ ପୁଣି ଥରେ ବୃଦ୍ଧି କରା ଯାଇଥିଲା । ରାଜ୍ୟରେ ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକ ଜୁଲାଇ 5 ତାରିଖ ଅପରାହ୍ନ 3 ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।
ଉଲ୍ଲେଖଥାଉ କି, ମଣିପୁରର ମେଟାଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ପ୍ରାୟ ଦୁଇମାସ ଧରି ହିଂସା ଜାରି ରହିଛି । ଯେଉଁଥି ପାଇଁ 100ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।
ମେଟେଇ ସମ୍ପ୍ରଦାୟ ଦ୍ୱାରା ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ଦାବିକୁ ବିରୋଧ କରିବା ପାଇଁ ପାହାଡ ଜିଲ୍ଲାରେ ଏକ 'ଆଦିବାସୀ ଏକତା ପଦଯାତ୍ରା' ଆୟୋଜନ କରାଯିବା ପରେ ପ୍ରଥମେ ମେ ୨ ରେ ସଂଘର୍ଷ ଆରମ୍ଭ ହୋଇଥିଲା ଏବଂ ଅନେକ ଗୁଳି ବିନିମୟର ଖବର ମଧ୍ୟ ସାମ୍ନାକୁ ଆସିଥିଲା।












Click it and Unblock the Notifications