ମଣିପୁରରେ ପୁଣି ହିଂସା, ୯ ମୃତ
Manipur Firing News:ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଖମେନଲୋକ ଅଞ୍ଚଳରେ ହିଂସା ଯୋଗୁଁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ଏହା ସହ ଖମେନଲୋକର ଗାଁର ଅନେକ ଘରେ ନିଆଁ ମଧ୍ୟ ଲାଗିଛି । ହିଂସାକାଣ୍ତରେ ଏପର୍ଯ୍ୟନ୍ତ ୧୧୫ ଜଣ ପ୍ରାଣ ହରାଇଛନ୍ତି ।
ମେ ୩ ତାରିଖରୁ ଆରମ୍ଭ ହୋଇଥିବା ହିଂସାକାଣ୍ତ ଏପର୍ଯ୍ୟନ୍ତ ଥମିବାର ନାଁ ନେଉ ନାହିଁ । ଏହାରି ମଧ୍ୟରେ ପ୍ରାୟ ଦେଢ ମାସ ବିତିଗଲାଣି ହେଲେ ହିଂସା ଜାରି ରହିଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅନେକ ବୈଠକ ସତ୍ତ୍ୱେ ଏହି ସମସ୍ୟାର ସମାଧାନ ହୋଇପାରୁ ନାହିଁ ।

ଆହତମାନଙ୍କୁ ଚିକିତ୍ସା ପାଇଁ ଇମ୍ଫାଲକୁ ନିଆଯାଇଛି
ହିଂସାରେ ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସା ପାଇଁ ମଣିପୁରର ରାଜଧାନୀ ଇମ୍ଫାଲକୁ ନିଆଯାଇଛି। ରିପୋର୍ଟ ଅନୁଯାୟୀ, ମୃତକଙ୍କ ଶବ ଉପରେ କଟା ଚିହ୍ନ ଦେଖିବାକୁ ମିଳିଛି। ଏହି ହିଂସା ପରେ ପୁଣି କଡାକଡି କରା ଗଲା କର୍ଫ୍ୟୁ । ସବୁ ସ୍ଥାନରେ ଫୋର୍ସ ମୁତୟନ କରାଯାଇଛି।
ବିପୁଳ ପରିମାଣର ଗୁଳି ଜବତ ହୋଇଛି
ଅନ୍ୟପଟେ, ଗତ 24 ଘଣ୍ଟା ମଧ୍ୟରେ ଟେଙ୍ଗନୁପାଲ ଏବଂ ଇମ୍ଫାଲ-ଇଷ୍ଟ ଜିଲ୍ଲାରୁ ବହୁ ପରିମାଣରେ ଗୁଳି ଜବତ କରାଯାଇଛି । ମଣିପୁରର ସୁରକ୍ଷା ପରାମର୍ଶଦାତା କୁଲଦୀପ ସିଂଙ୍କ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ମୋଟ ୧୦୪୦ ଟି ବନ୍ଧୁକ, ୧୩,୬୦୧ ଗୁଳି ଏବଂ ୨୩୦ ପ୍ରକାର ବୋମା ଜବତ କରାଯାଇଛି ।
ମେତେଇ ଏବଂ କୁକିଙ୍କ ଶତ୍ରୁତା
ତେବେ ମେତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବହୁ ପୁରୁଣା । ଏହା ପୂର୍ବରୁ ମଧ୍ୟ ରାଜ୍ୟରେ ଅନେକ ଥର ହିଂସାକାଣ୍ତ ଦେଖିବା ପାଇଁ ମିଳିଛି । ମଣିପୁରରେ ମେତେଇ ସମ୍ପ୍ରଦାୟର ଜନସଂଖ୍ୟା ଅଧିକ । କୁକି ଭୟ କରନ୍ତି ଯେ, ଯଦି ମେତେଇ ସମ୍ପ୍ରଦାୟକୁ ଏସଟି ମାନ୍ୟତା ଦିଆଯାଏ, ତେବେ ସେମାନେ ଜଙ୍ଗଲ ଏବଂ ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ଜମିକୁ ଅଧିକାର କରିନେବେ ।












Click it and Unblock the Notifications