ଭିନେଶଙ୍କୁ ଅଯୋଗ୍ୟ ଘୋଷଣାକୁ ନେଇ ଏଭଳି କିଛି ଦାବି କଲେ ଅଖିଳେଶ-ଡିମ୍ପଲ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାର ଅତି ନିକଟରେ ପହଞ୍ଚିଥିବା ଭିନେଶ ଫୋଗାଟଙ୍କୁ ଆଜି ଏକ ଅପ୍ରାତ୍ୟାଶିତ ଘଟଣାକ୍ରମରେ ଡିସକ୍ୱାଲିଫାଏଡ କରି ଦିଆଯାଇଛି। ଫାଇନାଲ ମ୍ୟାଚ୍ ଆରମ୍ଭର କେଇ ଘଣ୍ଟା ପୂର୍ବରୁ ଭିନେଶ ଅଯୋଗ୍ୟ ବିବେଚିତ ହୋଇଥିଲେ। ୫୦ କେଜି ବର୍ଗ କୁସ୍ତିରେ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ ବିନେଶ ଫୋଗାଟ ।

କିନ୍ତୁ କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ଲାଗିଛି ବଡ଼ ଝଟକା । ଧାର୍ଯ୍ୟ ସୀମାଠାରୁ ସେ ଅଧିକ ଓଜନ ହେଇଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ଯାହାଫଳରେ ବିନା ମେଡାଲରେ ସ୍ୱଦେଶ ଫେରିବେ ବିନେଶ । ଏହା ପରେ ଦେଶରେ ଆରମ୍ଭ ହୋଇଛି ରାଜନୈତିକ ପ୍ରତିକ୍ରିୟା । ଏହି ଘଟଣାରେ ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବ କହିଛନ୍ତି, "ସମଗ୍ର ଦେଶକୁ ଏକ ବଡ଼ ଝଟକା ଲାଗିଛି ।

Dimple Yadav

ସେ କାହିଁକି ଅଯୋଗ୍ୟ ହୋଇଛନ୍ତି ସେନେଇ ଏକ ଉଚ୍ଚ ସ୍ତରୀୟ ଅନୁସନ୍ଧାନ ହେବା ଉଚିତ। ସରକାର ଏହା ଉପରେ ଏକ ବିବୃତ୍ତି ଜାରି କରିବା ଉଚିତ୍‌, ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଉଚିତ୍‌। ଅନ୍ୟପଟେ ସପା ମୁଖ୍ୟ ତଥା ସାଂସଦ ଅଖିଳେଶ ଯାଦବ କହିଛନ୍ତି ଯେ ଭିନେଶ କାହିଁକି ଫାଇନାଲରେ ଖେଳିପାରିଲେ ନାହିଁ, ସେନେଇ ଅନୁସନ୍ଧାନ ହେବା ଉଚିତ । ଏହା ପଛର ସତ୍ୟତା କଣ, ତାହା ସାମ୍ନାକୁ ଆସିବା ଉଚିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+