Get Updates
Get notified of breaking news, exclusive insights, and must-see stories!

ହାତ ଧରିବେ କି ଭିନେଶ ? ଭୁପେନ୍ଦ୍ର ସିଂ ହୁଡାଙ୍କ ବଡ଼ ପ୍ରତିକ୍ରିୟ. କହିଲେ.....

ନୂଆଦିଲ୍ଲୀ : ଭାରତର ଷ୍ଟାର ରେସଲର ଭିନେଶ ଫୋଗାଟ ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହେବା ଓ ସେଠାରୁ ଫେରିବା ପରେ ତାଙ୍କୁ ମିଳିଥିବା ଭବ୍ୟ ସ୍ୱାଗତ ପାଇଁ ସେ ଏବେ ପୁରା ଦେଶରେ ଖୁବ ଚର୍ଚ୍ଚାରେ । ଏବେ ଆଉ ଏକ ଚର୍ଚ୍ଚା ତାଙ୍କୁ ଖବର ଶିରୋନାମାକୁ ଆଣିଛି । ଆଗକୁ ଆସୁଥିବା ହରିୟାଣା ବିଧାନସଭା ନିର୍ବାଚନରେ ସମ୍ଭବତଃ ଭିନେଶ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ।

କିଛି ଦିନ ତଳେ ଭିନେଶ ସକ୍ରିୟ ରାଜନୀତିକୁ ଆସିବେ ନାହିଁ ବୋଲି କହିଥିଲେ। ହେଲେ ଏବେ ସେ ରାଜନୀତିକୁ ଆସୁଥିବା ଖବର ପ୍ରକାଶ ପାଇଛି। ଏପରି କି ହରିୟାଣା ବିଧାନସଭା ନିର୍ବାଚନରେ ଭିନେଶ ତାଙ୍କ ଭଉଣୀ ତଥା ବିଜେପି ନେତ୍ରୀ ବବିତା ଫୋଗାଟଙ୍କ ବିରୋଧରେ ମଧ୍ୟ ପ୍ରାର୍ଥୀ ହୋଇପାରନ୍ତି ବୋଲି କିଛି ଦିନ ହେବ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏଭଳି ସମୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

ଗତାକାଲି (ଶୁକ୍ରବାର )ଭିନେଶ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିଲେ। ଏହା ପରେ ନିରନ୍ତର ଆଲୋଚନା ହେଉଛି ଯେ ଭିନେଶ କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି। ଯାହା ଉପରେ ପୂର୍ବତନ ହରିୟାଣା ସିଏମ ଭୁପେନ୍ଦ୍ର ସିଂ ହୁଡାଙ୍କ ପ୍ରତିକ୍ରିୟା ଆସିଛି।ଯେତେବେଳେ ଭୁପେନ୍ଦ୍ର ସିଂଙ୍କୁ ପଚରାଯାଇଥିଲା ଯେ ଭିନେଶ ଫୋଗଟ କଂଗ୍ରେସରେ ଯୋଗ ଦେଉଛନ୍ତି କି?

Vinesh Phogat

ଯାହାପରେ ସେ କହିଛନ୍ତି, ଏହା ଏକ କଳ୍ପନିକ ପ୍ରଶ୍ନ। ଖେଳାଳିମାନେ କୌଣସି ଦଳର ନୁହଁନ୍ତି, ସେମାନେ ସମଗ୍ର ଦେଶର ଅଟନ୍ତି। ଯଦି କେହି ପାର୍ଟିରେ ଯୋଗ ଦିଅନ୍ତି, ତେବେ ଆମେ ତାଙ୍କୁ ସ୍ୱାଗତ କରିବୁ। ଆସିବା ନ ଆସିବା ତାଙ୍କ ତାଙ୍କ ଇଚ୍ଛା। ସେ ଆମ ଦେଶର ଜଣେ ଖେଳାଳୀ, ତାଙ୍କୁ ପୂର୍ଣ୍ଣ ସମ୍ମାନ ଦିଆଯିବା ଉଚିତ୍‌। କଂଗ୍ରେସ ନେତା ହୁଡା ଭିନେଶଙ୍କୁ ସ୍ୱର୍ଣ୍ଣ ପଦକ ସମ୍ମାନ ଦେବାକୁ ଦାବି କରିଛନ୍ତି। ସେ କହିଛନ୍ତି, ମୁଁ ଏହା ପୂର୍ବରୁ କହିଥିଲି ଯେ ଭିନେଶଙ୍କୁ ସମାନ ସମ୍ମାନ ଦିଆଯିବା ଉଚିତ୍‌। ତାଙ୍କୁ ଏହି ସମ୍ମାନ ଦିଆଯାଇ ନାହିଁ ବୋଲି କଂଗ୍ରେସ କହିଛି ।

ଭୁପିନ୍ଦର ହୁଡା ଆହୁରି କହିଛନ୍ତି ଯେ ବିନେଶ କଂଗ୍ରେସ ଦଳରେ ଯୋଗଦେବେ କି ନାହିଁ , ତାହା କେବଳ ତାଙ୍କ ଉପରେ ନିର୍ଭର କରେ। ଆଜି ସେମାନଙ୍କୁ ଅନ୍ୟାୟର ସାମ୍ନା କରିବାକୁ ପଡୁଛି । ସେ ପାଇବାକୁ ଥିବା ସମ୍ମାନ ପାଇବା ଉଚିତ୍ । ପୂର୍ବରୁ କଂଗ୍ରେସ ଦାବି କରିସାରିଛି ଯେ, ଭିନେଶ ଫୋଗାଟଙ୍କୁ ରାଜ୍ୟସଭା ଆସନ ମିଳିବା ଉଚିତ ଏବଂ ବର୍ତ୍ତମାନ ହୁଡ଼ା ମଧ୍ୟ ଏହାକୁ ଦୋହରାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+