Get Updates
Get notified of breaking news, exclusive insights, and must-see stories!

‘ଭିନେଶଙ୍କୁ ଅଯୋଗ୍ୟ ଘୋଷଣାରେ ହୋଇଛି ବଡ଼ ଷଡଯନ୍ତ୍ର'

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାର ଅତି ନିକଟରେ ପହଞ୍ଚିଥିବା ଭିନେଶ ଫୋଗାଟଙ୍କୁ ଆଜି ଏକ ଅପ୍ରାତ୍ୟାଶିତ ଘଟଣାକ୍ରମରେ ଡିସକ୍ୱାଲିଫାଏଡ କରି ଦିଆଯାଇଛି। ଫାଇନାଲ ମ୍ୟାଚ୍ ଆରମ୍ଭର କେଇ ଘଣ୍ଟା ପୂର୍ବରୁ ଭିନେଶ ଅଯୋଗ୍ୟ ବିବେଚିତ ହୋଇଥିଲେ। ୫୦ କେଜି ବର୍ଗରେ ଲଢ଼େଇ କରୁଥିବା ଭିନେଶଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

ଏହି ଖବର କୋଟି କୋଟି ଭାରତୀୟଙ୍କ ହୃଦୟକୁ ଭାଙ୍ଗି ଦେଇଛି। ଏହା ପରେ ଦେଶରେ ଆରମ୍ଭ ହୋଇଛି ରାଜନୈତିକ ପ୍ରତିକ୍ରିୟା । ଏହି ଘଟଣାରେ ସାଂସଦ ପପୁ ଯାଦବ ସୋସିଆଲ ମିଡ଼ିଆ ଏକ୍ସରେ ଏକ ବଡ ପ୍ରଶ୍ନ ଉଠାଇଛନ୍ତି। ଶାସକ ଦଳ ବିରୁଦ୍ଧରେ ଏନେଇ ଷଡଯନ୍ତ୍ର ହୋଇଥିବା ସେ ସନ୍ଦେହ ପ୍ରକଟ କରିଛନ୍ତି। ଏହା ସହିତ ସେ ଆଇଓସି ସଦସ୍ୟ ନୀତା ଅମ୍ବାନୀଙ୍କ ନାମ ମଧ୍ୟ ନେଇଛନ୍ତି । ପପୁ ଯାଦବ ଏକ୍ସରେ ଲେଖିଛନ୍ତି ଭିନେଶ ଫୋଗାଟ ପୁଣି ଅନ୍ୟାୟର ଶିକାର ହୋଇଛନ୍ତି ।

papu yadav

ଏଭଳିସ୍ଥଳେ ଇଣ୍ଡିଆନ୍ ଅଲିମ୍ପିକ୍ ଆସୋସିଏସନ୍‌, ଭାରତ ସରକାର ଆଇଓସି ସଦସ୍ୟ ନୀତା ଅମ୍ବାନୀ କଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏନେଇ ଦେଶ ଭିତରୁ ଏକ ଷଡଯନ୍ତ୍ର ରଚାଯାଇଥିବା ସେ ସନ୍ଦେହ ପ୍ରକଟ କରିଛନ୍ତି । ଭିନେଶଙ୍କ ସଫଳତାକୁ ନେଇ ଲଜ୍ଜିତ ଶାସକ ଦଳ ଷଡଯନ୍ତ୍ର କରିଥିବା ସେ ସନ୍ଦେହ କରିଛନ୍ତି। ଯଦି ଏପରି ହୋଇଥାଏ, ତେବେ ସେଭଳି ବ୍ୟକ୍ତି ବିଶେଷଙ୍କୁ ଲଜ୍ଜା ଜନକ ସ୍ଥିତିର ସାମ୍ନା କରିବାକୁ ପଡିବ। ଏହା ସହିତ ! ଭିନେଶଙ୍କୁ ସାଲ୍ୟୁଟ ବୋଲି କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+