କଂଗ୍ରେସରେ ମିଶିଲେ ଭାରତୀୟ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ
Vinesh Phogat Bajrang Punia Join Congress: 2024 ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସରେ ସାମିଲ ହୋଇଛନ୍ତି । ଉଭୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଥିଲେ ଏହି ସମୟରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ମଧ୍ୟ ଉପସ୍ଥିତ ଥିଲେ।

ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରେସଲର ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସରେ ଯୋଗ ଦେଇଛନ୍ତି । ଉଭୟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି । ଏହି ଅବସରରେ ଭିନେଶ ଫୋଗାଟ କହିଛନ୍ତି ଯେ ଯେତେବେଳେ ବିଜେପି ଆମକୁ ରାସ୍ତାରେ ଟାଣି ନେଉଥିଲା, ସେତେବେଳେ ସମସ୍ତ ବିରୋଧୀ ଦଳ ଆମ ସହିତ ଛିଡ଼ା ହୋଇଥିଲେ । ଆଜି ମୁଁ ଦେଶର ସେବା କରିବାର ସଂକଳ୍ପ ନେଇ କଂଗ୍ରେସରେ ଯୋଗଦେଉଛି। ଯାହା ଆମ ହାତରେ ଅଛି, ଆମେ ଆମ ଲୋକଙ୍କ ପାଇଁ ଭଲ କାମ କରିବୁ ।
ଏହି ଅବସରରେ କଂଗ୍ରେସର ସାଧାରଣ ସମ୍ପାଦକ ଭେନୁଗୋପାଲ କହିଛନ୍ତି ଯେ, ଆପଣ କେବଳ ଆପଣଙ୍କର ଯୁଦ୍ଧ ନୁହେଁ ବରଂ କୃଷକ ଏବଂ ଅଗ୍ନିବୀର କର୍ମଚାରୀଙ୍କ ପାଇଁ ଲେଢେଇ ଲଢିଛନ୍ତି ।












Click it and Unblock the Notifications