ଦିଲ୍ଲୀର ନୂଆ ଉପ ରାଜ୍ୟପାଳ ହେଲେ ବିନୟ କୁମାର ସକ୍ସେନା
ଦିଲ୍ଲୀର ନୂଆ ଉପ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ବିନୟ କୁମାର ସକ୍ସେନା । ବିନୟ ବର୍ତ୍ତମାନ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ବରେ ଥିବାବେଳେ ଏହି ତାଙ୍କୁ ପଦରେ ଅବସ୍ଥାପିତ କରିଛନ୍ତି କେନ୍ଦ୍ର ସରକାର ।
ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ଉପ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ବିନୟ କୁମାର ସକ୍ସେନା । ବିନୟ ବର୍ତ୍ତମାନ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ବରେ ଥିବାବେଳେ ଏହି ତାଙ୍କୁ ପଦରେ ଅବସ୍ଥାପିତ କରିଛନ୍ତି କେନ୍ଦ୍ର ସରକାର । ଗତ ସପ୍ତାହରେ ଅନିଲ ବୈଜଲ ବ୍ୟକ୍ତିଗତ କାରଣ ଦର୍ଶାଇ ଉପ ରାଜ୍ୟପାଳ ପଦରୁ ଦେଇଥିଲେ ଇସ୍ତଫା।

ନିଯୁକ୍ତି ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନିଲ ବୈଜଲଙ୍କ ଇସ୍ତଫା ଗ୍ରହଣ କରିବା ସହ ବିନୟଙ୍କ ନିଯୁକ୍ତିକୁ ଅନୁମୋଦନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଗତ ସପ୍ତାହରେ 5 ବର୍ଷ 4 ମାସର ଦାୟିତ୍ବ ପରେ ନିଜ ବ୍ୟକ୍ତିଗତ କାରଣ ଦର୍ଶାଇ ହଠାତ ଉପ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ଅନିଲ ବୈଜଲ ।












Click it and Unblock the Notifications