ହେମନ୍ତ ସରକାର କଲେ ବଡ଼ ଘୋଷଣା, ମହିଳାଙ୍କୁ ମଳିବ ପ୍ରତି ମାସରେ ୧୦୦୦ଟଙ୍କା
ରାଞ୍ଚି : ଝାଡ଼ଖଣ୍ଡରେ ବଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକି ରହିଛି । ନିର୍ବାଚନ ଲାଗି ମାହୋଲ ହୋଇଛି ରାଜ୍ରର ରାଜନୈତିକ ମାହୋଲ ରହିଛି ପୂରା ଉଷ୍ମ । ବର୍ତ୍ତମାନ ହେମନ୍ତ ସରକାର କରିଛନ୍ତି ବଡ଼ ଘୋଷଣା । ରାଜ୍ୟରେ ୨୧ ରୁ ୫୦ ବର୍ଷ ବୟସର ୪୦ ଲକ୍ଷ ମହିଳାଙ୍କୁ ପ୍ରତି ମାସରେ ୧ ହଜାର ଟଙ୍କା ଆର୍ôଥକ ସହାୟତା ଯୋଗାଇଦେବା ଯୋଜନା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ।

ଏନେଇ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୂଚନା ଦେଇଛନ୍ତି । ହିତାଧିକାରୀ ଚୟନ ଏବଂ ଚିହ୍ନଟ ପାଇଁ ସାରା ରାଜ୍ୟରେ କ୍ୟାମ୍ପର ଆୟୋଜନ କରାଯିବ । ୩୪ଟି ଯୋଜନାର ଉଦ୍ଘାଟନ-ଭିତ୍ତି ପ୍ରସ୍ତର ତଥା ସାହିବଗଞ୍ଜ ଜିଲାର ରାଜମହଲରେ ହିତାଧିକାରୀଙ୍କ ମଧ୍ୟରେ ସମ୍ପତ୍ତି ବଣ୍ଟନ ପାଇଁ ଆୟୋଜିତ ସମାରୋହକୁ ସମ୍ବୋଧିତ କରିବାବେଳେ ସୋରେନ କହିଛନ୍ତି ଯେ ମହିଳା ସଶକ୍ତିକରଣ ପାଇଁ ଆମ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି ।












Click it and Unblock the Notifications