ବିକଶିତ ଭାରତ ସଂକଳ୍ପ ଯାତ୍ରା: ୨.୭୮ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ଜାରି

ଚଳିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଧୀନରେ ଆଜି ସୁଦ୍ଧା ଗ୍ରାମ ପଞ୍ଚାୟତ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ଆୟୋଜିତ ୨,୩୪,୨୫୯ ଟି ସ୍ୱାସ୍ଥ୍ୟ ଶିବିରରେ ସମୁଦାୟ ୭,୨୨,୬୯,୦୧୪ ରୁ ଅଧିକ ଲୋକ ଯୋଗ ଦେଇଛନ୍ତି ।

ଆୟୁଷ୍ମାନ ଭାରତ - ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ): ବିକଶିତ ଭାରତ ସଂକଳ୍ପ ଯାତ୍ରା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରମୁଖ ଯୋଜନା ଅଧୀନରେ ଆୟୁଷ୍ମାନ ଆପ୍ ବ୍ୟବହାର କରି ଆୟୁଷ୍ମାନ କାର୍ଡ ତିଆରି କରାଯାଉଛି ଏବଂ ହିତାଧିକାରୀଙ୍କୁ ଫିଜିକାଲ୍‌ କାର୍ଡ ବଣ୍ଟନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୫୧,୦୩,୯୪୨ ଫିଜିକାଲ କାର୍ଡ ବଣ୍ଟନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୨,୭୮,୮୬,୪୬୦ ଟି କାର୍ଡ ତିଆରି କରାଯାଇଛି ।

ଯକ୍ଷ୍ମା (ଟିବି): ଯକ୍ଷ୍ମା ରୋଗୀଙ୍କ ସ୍କ୍ରିନିଂ, ସ୍ପୁଟମ୍ ପରୀକ୍ଷା ଏବଂ ଉପଲବ୍ଧ ସ୍ଥାନରେ ଏନଏଏଟି ମେସିନ୍ ବ୍ୟବହାର କରି କରାଯାଏ । ଯକ୍ଷ୍ମା ଥିବା ସନ୍ଦେହ ହେଲେ ଉଚ୍ଚ କେନ୍ଦ୍ରକୁ ପଠାଯାଏ। ୮୨ ଦିନ ଶେଷ ସୁଦ୍ଧା ୩,୮୫,୭୩,୨୭୭ ଜଣଙ୍କର ସ୍କ୍ରିନିଂ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧,୮୦,୪୪୫ ଜଣଙ୍କୁ ଉଚ୍ଚ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି।

ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ (ପିଏମଟିବିଏମଏ) ଅଧୀନରେ ଯକ୍ଷ୍ମା ରେ ପୀଡ଼ିତ ରୋଗୀଙ୍କୁ ନିକ୍ଷୟ ମିତ୍ରଙ୍କ ଠାରୁ ସହାୟତା ପାଇବା ପାଇଁ ସମ୍ମତି ନିଆଯାଉଛି । ନିକ୍ଷୟ ମିତ୍ର ହେବାକୁ ଇଚ୍ଛୁକ ଥିବା ପ୍ରତିଯୋଗୀଙ୍କୁ ମଧ୍ୟ ଅନ-ସ୍ପଟ୍ ରେଜିଷ୍ଟ୍ରେସନ୍ ଯୋଗାଇ ଦିଆଯାଉଛି। ପିଏମଟିବିଏମବିଏ ଅଧୀନରେ ସମୁଦାୟ ୪,୧୭,୮୯୪ ଜଣ ରୋଗୀ ସହମତି ପ୍ରଦାନ କରିଥିବା ବେଳେ ୧,୧୮,୫୪୬ ନୂଆ ନିକ୍ଷୟ ମିତ୍ର ପଞ୍ଜୀକୃତ ହୋଇଛନ୍ତି।

ନିକ୍ଷୟ ପୋଷଣ ଯୋଜନା (ଏନପିୱାଇ) ଅଧୀନରେ ଯକ୍ଷ୍ମା ରୋଗୀଙ୍କୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଜରିଆରେ ଆର୍ଥିକ ସହାୟତା ପ୍ରଦାନ କରାଯାଏ । ଏଥିପାଇଁ ବାକି ଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟର ବିବରଣୀ ସଂଗ୍ରହ କରାଯିବା ସହ ଆକାଉଣ୍ଟକୁ ଆଧାର ସିଡ୍ କରାଯାଉଛି। ଏଭଳି ୮୭,୧୨୯ ହିତାଧିକାରୀଙ୍କ ବିବରଣୀ ସଂଗ୍ରହ କରାଯାଇଛି।

ସିକଲ୍ ସେଲ୍ ରୋଗ: ଅଧିକ ଆଦିବାସୀ ଜନସଂଖ୍ୟା ଥିବା ଅଞ୍ଚଳରେ, ଏସସିଡି ପାଇଁ ପଏଣ୍ଟ ଅଫ୍ କେୟାର (ପିଓସି) ପରୀକ୍ଷା ମାଧ୍ୟମରେ କିମ୍ବା ସଲ୍ୟୁବିଲିଟି ପରୀକ୍ଷା ମାଧ୍ୟମରେ ସିକଲ୍ ସେଲ୍ ରୋଗ (ଏସସିଡି) ଚିହ୍ନଟ ପାଇଁ ଯୋଗ୍ୟ ଜନସଂଖ୍ୟା (୪୦ ବର୍ଷ ପର୍ଯ୍ୟନ୍ତ) ସ୍କ୍ରିନିଂ କରାଯାଉଛି। ପଜିଟିଭ୍ ଚିହ୍ନଟ ହୋଇଥିବା ମାମଲାଗୁଡ଼ିକୁ ପରିଚାଳନା ପାଇଁ ଉଚ୍ଚ କେନ୍ଦ୍ରକୁ ପଠାଯାଉଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୨,୩୦,୭୭୦ ଜଣଙ୍କର ସ୍କ୍ରିନିଂ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୦,୯୯୫ ଜଣ ପଜିଟିଭ୍ ଚିହ୍ନଟ ହୋଇ ଉଚ୍ଚ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।

ଅଣସଂକ୍ରାମକ ରୋଗ (ଏନସିଡି): ଉଚ୍ଚ ରକ୍ତଚାପ ଏବଂ ମଧୁମେହ ପାଇଁ ଯୋଗ୍ୟ ଜନସଂଖ୍ୟା (୩୦ ବର୍ଷ କିମ୍ବା ତା'ଠାରୁ ଅଧିକ) ସ୍କ୍ରିନିଂ କରାଯାଉଛି ଏବଂ ପଜିଟିଭ୍ ସନ୍ଦିଗ୍ଧ ରୋଗୀଙ୍କୁ ଉଚ୍ଚ କେନ୍ଦ୍ରକୁ ପଠାଯାଉଛି। ପ୍ରାୟ ୫,୪୦,୯୦,୦୦୦ ଲୋକଙ୍କୁ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ପରୀକ୍ଷା କରାଯାଇଛି। ୨୦,୨୦,୯୦୦ରୁ ଅଧିକ ଲୋକ ଉଚ୍ଚ ରକ୍ତଚାପରେ ପଜିଟିଭ୍ ଥିବା ସନ୍ଦେହ କରାଯାଉଥିବା ବେଳେ ୧୪,୩୧,୧୦୦ରୁ ଅଧିକ ଲୋକ ମଧୁମେହ ରେ ପୀଡ଼ିତ ଥିବା ସନ୍ଦେହ କରାଯାଉଛି ଏବଂ ଏହା ସହିତ ୩୦,୫୦,୧୦୦ରୁ ଅଧିକ ଲୋକଙ୍କୁ ଉଚ୍ଚ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+