ଲକ୍ଷ ଲକ୍ଷ ଲୋକଙ୍କୁ ସଶକ୍ତ କଲା ବିକଶିତ ଭାରତ ସଂକଳ୍ପ ଯାତ୍ରା

ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ଗୁଡ଼ିକର ଶତ ପ୍ରତିଶତ ଲାଭ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଏବଂ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜୋର ଧରିଛି । ୨୦୨୩ ନଭେମ୍ବର ୧୫ ତାରିଖରେ ଝାଡ଼ଖଣ୍ଡର ଖୁଣ୍ଟି ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ସ୍ଥାନରୁ ଏକକାଳୀନ ଏକାଧିକ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ଭ୍ୟାନ୍ ଯୋଗେ ଏହି ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ୨୦୨୪ ଜାନୁଆରୀ ୨୫ ସୁଦ୍ଧା ସାରା ଦେଶରେ ୨.୬୦ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତ ଏବଂ ୪୦୦୦ ରୁ ଅଧିକ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ ଯାତ୍ରା ସହ ଯୋଡ଼ିବା ଲକ୍ଷ୍ୟ ରଖାଯାଇଛି ।

ସରକାରଙ୍କ କଲ୍ୟାଣକାରୀ ଯୋଜନା ଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରି ଏହି ଯାତ୍ରା ଦେଶର ସୁଦୂର ଅଂଚଳର କୋଣଅନୁକୋଣରେ ପହଞ୍ଚିଛି । ଏହି ପଦକ୍ଷେପ ଏହା ସୁନିଶ୍ଚିତ କରେ , ଯେପରି ଏହି ସାମାଜିକ କଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁଡିକ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ, ଏପରିକି ଅତି ଦୁର୍ଗମ ଅଂଚଳର ଲୋକ ମାନଙ୍କ ପାଖରେ ମଧ୍ୟ ପହଞ୍ଚି ପାରିବ ।

ଏହି ଯାତ୍ରାରେ ପିଏମ୍ ଉଜ୍ଜ୍ୱଳା ଯୋଜନା ପଞ୍ଜୀକରଣ, ମାଇଁ ଭାରତ ସ୍ୱେଚ୍ଛାସେବୀ ପଞ୍ଜୀକରଣ, ଆୟୁଷ୍ମାନ କାର୍ଡ ବଣ୍ଟନ ଭଳି ସେବା ଯୋଗାଇ ଦିଆଯାଉଛି । ଏହା ଯାତ୍ରା ସମୟରେ ବହୁ ସଂଖ୍ୟକ ନାଗରିକ ବିଭିନ୍ନ ସରକାରୀ ଯୋଜନାରେ ପଞ୍ଜୀକୃତ ହେଉଛନ୍ତି । ଏହି ଯାତ୍ରାରେ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଅଧିକାର ପରିସରରେ ଆସୁଥିବା ସୁବିଧାକୁ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯାଉଛି ।

Viksit Bharat Sankalp Yatra

ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ) ଅଧୀନରେ ୯.୪୭ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ୱଚ୍ଛ ରୋଷେଇ ଇନ୍ଧନ ସଂଯୋଗ ଯୋଗାଇ ଦିଆଯାଇଛି, ଯାହା ଫଳରେ ସେମାନଙ୍କ ପରିବାରକୁ ଧୂଆଁ ଭର୍ତ୍ତି ରୋଷେଇ ଘରରୁ ମୁକ୍ତି ମିଳିବ । ୧.୬୪ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ବଣ୍ଟନ ସୁନିଶ୍ଚିତ କରୁଛି ଯେ ନାଗରିକ ମାନଙ୍କୁ ପ୍ରତି ବର୍ଷ ପରିବାର ପିଛା ୫ ଲକ୍ଷ ଟଙ୍କାର ବ୍ୟାପକ ସ୍ୱାସ୍ଥ୍ୟ ବୀମା ମିଳିବ ।

ଯାତ୍ରାର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମଏସ୍‌ବିୱାଇ)୧୮.୧୫ ଲକ୍ଷରୁ ଅଧିକ ନାଗରିକଙ୍କ ପାଇଁ ଦୁର୍ଘଟଣା ବୀମା ପ୍ରଦାନ କରିଛି । ଜୀବନ ବୀମା ପ୍ରଦାନ କରୁଥିବା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିୱାଇ) ର ଲାଭ ୧୦.୮୬ ଲକ୍ଷରୁ ଅଧିକ ଲୋକ ପାଇଛନ୍ତି । ଏହି ଦୁଇଟି ଯୋଜନା ସମଗ୍ର ଭାରତରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଆଗକୁ ବଢ଼ାଉଛି ।

ଏହା ସହିତ, ସଙ୍କଳ୍ପ ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର ଆତ୍ମନିର୍ଭର ନିଧି (ପିଏମ୍ ସ୍ୱନିଧି) ଅଧୀନରେ ୬.୭୯ ଲକ୍ଷରୁ ଅଧିକ ବୁଲା ବିକାଳିଙ୍କୁ କାର୍ଯ୍ୟକାରୀ ପୁଞ୍ଜି ଋଣ ପ୍ରଦାନ କରାଯାଇଛି । 'ମାଇଁ ଭାରତ' କୁ ଗ୍ରହଣ କରି ୨୭.୩୧ ଲକ୍ଷରୁ ଅଧିକ ଯୁବକ ନାମ ପଞ୍ଜୀକରଣ କରିଛନ୍ତି, ଯାହା ବିକଶିତ ଭାରତ ସଂକଳ୍ପ ଯାତ୍ରା ପରିସରରେ ଏକ ନୂତନ ଉନ୍ମାଦନା ସୃଷ୍ଟି କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+