ବର୍ଷା ଦିନିଆ ବେଙ୍ଗ ହେଉଛନ୍ତି କଙ୍ଗନା: ବିକ୍ରମାଦିତ୍ୟ
ହିମାଚଳ ପ୍ରଦେଶର ମାଣ୍ଡି ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମଦିତ୍ୟ ବିଜେପି ପ୍ରାର୍ଥୀ କଙ୍ଗନା ରାନାୱତଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ସେ ଆଜି ଆସିଛନ୍ତି ଏବଂ ଆସନ୍ତାକାଲି ଯିବେ । ସେ କହିଛନ୍ତି ଯେ ଆଜିକାଲି ରାଜ୍ୟରେ ପାଗ ଭଲ ରହିଛି । ଦୁଇ-ତିନି ମାସ ଏଠାରେ ବୁଲିବା ପରେ ସେ ନିଜ ବେଡ଼ଂ ବସ୍ତାନି ବାନ୍ଧି ଫେରିଯିବେ ।
ବିକ୍ରମଦିତ୍ୟ ମଧ୍ୟ କଙ୍ଗନାକୁ କଙ୍ଗନାକୁ ବର୍ଷା ଦିନିଆ ବେଙ୍ଗ ବୋଲି କହିବାକୁ ପଛାଇ ନାହାନ୍ତି । ବର୍ତ୍ତମାନ ରାଜନୈତିକ ବୟାନବାଜି ଦେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବିକ୍ରମାଦିତ୍ୟ ସିଂ । ସେ କଙ୍ଗନାଙ୍କୁ କଡା କଡାକ୍ଷ କରି କହିଛନ୍ତି ଯେ, 'କଙ୍ଗନା ହେଉଛନ୍ତି ବର୍ଷା ଦିନିଆ ବେଙ୍ଗ, ନିର୍ବାଚନ ସରିଗଲେ ସେ ପୁଣି ମୁମ୍ବାଇ ଫେରିଯିବେ । ନିର୍ବାଚନ ପ୍ରଚାର ସମୟରେ କଙ୍ଗନା ଯାହା କରୁଛନ୍ତି ଲାଗୁଛି ଯେପରି ଫିଲ୍ମ ସୁଟିଂ ଚାଲିଛି । ନିଜର ବେଶଭୂଷା ବଦଳାଇ ଦେଲେ କେହି କେବେ ଜନତାଙ୍କ ହୃଦୟ ଜିତିପାରିବେନି କି ଲୋକଙ୍କ ସମସ୍ୟା ବୁଝିପାରିବେନି' ।

ମଣ୍ଡି ଆସନରୁ ଗତ ୨ଟି ନିର୍ବାର୍ଚନରେ ବାଜିମାତ କରିଛି ବିଜେପି । ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ଦଳ ଏଠାରେ କଙ୍ଗନାଙ୍କୁ ପ୍ରାର୍ଥୀ କରିଛି । କିନ୍ତୁ ମଣ୍ଡିରେ ଚଳିତଥର ବିଜୟ ହାସଲ କରିବା ବିଜେପି ପାଇଁ ସହଜ ହେବ ନାହିଁ । କାରଣ କଙ୍ଗନାଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଛନ୍ତି ବିକ୍ରମାଦିତ୍ୟ ସିଂ । ପୂର୍ବରୁ ଏହି ଆସନରେ ବିକ୍ରମାଦିତ୍ୟଙ୍କ ବାପା ଓ ମା' ନିର୍ବାଚନ ଜିତି ସାରିଛନ୍ତି ।












Click it and Unblock the Notifications