ବଡ଼ ଘୋଷଣା କଲେ ଦୃଷ୍ଟି କୋଚିଂ ସେଣ୍ଟରର ସଂସ୍ଥାପକ , ମୃତ ପରିବାରକୁ ଦେବେ ୧୦ ଲକ୍ଷ

ନୂଆଦିଲ୍ଲୀ: ଦିଲ୍ଲୀ ରାଜେନ୍ଦ୍ର ନଗର ଆଇଏଏସ କୋଚିଂ ସେଣ୍ଟରରେ ତିନି ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ ସିବିଆଇ । ଆଜି ଦିଲ୍ଲୀ ହାଇକୋର୍ଟ ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଛନ୍ତି । ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି । କୋଚିଂ ସେଣ୍ଟରରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁକୁ ନେଇ ଯେପରି ସର୍ବସାଧାରଣଙ୍କର କୌଣସି ସନ୍ଦେହ ନ ରହିବ, ସେଥିପାଇଁ ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯାଉଛି ବୋଲି ଖଣ୍ଡପୀଠ କହିଛନ୍ତି ।

ବର୍ତ୍ତମାନ ଏହି ୩ ଛାତ୍ର ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଦୃଷ୍ଟି କୋଚିଂ ସେଣ୍ଟରର ସଂସ୍ଥାପକ ବିକାଶ ଦିବ୍ୟକୀର୍ତ୍ତି କରିଛନ୍ତି ବଡ଼ ଘୋଷଣା । ୪ ମୃତ ୟୁପିଏସ୍‌ସି ପରୀକ୍ଷାର୍ଥୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ସେ ଘୋଷଣା କରିଛନ୍ତି । ଏମାନଙ୍କ ମଧ୍ୟରୁ ୩ ଆଶାୟୀଙ୍କ ମୃତ୍ୟୁ ଓଲ୍ଡ ରାଜେନ୍ଦ୍ର ନଗରର ରାଓ ଆଇଏଏସ୍ କୋଚିଂ ସେଣ୍ଟରର ବେସ୍‌ମେଣ୍ଟରେ ପାଣି ପଶିଯିବାରୁ ହୋଇଥିବା ବେଳେ ଅନ୍ୟଜଣେ ଛାତ୍ରଙ୍କର କରେଣ୍ଟ ମାରିବା କାରଣରୁ ହୋଇଥିଲା । ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସେ ଏହି ଘୋଷଣା କରିଛନ୍ତି ।

Vikas Divyakirti

ସେ ଏନେଇ କହିଛନ୍ତି ଯେ, ଓଲ୍ଡ ରାଜେନ୍ଦ୍ର ନଗରରେ ହୋଇଥିବା ଦୁର୍ଘଟଣାରେ ୪ ଆଶାୟୀଙ୍କର ମୃତ୍ୟୁ ହୋଇଛି । ରାସ୍ତାରେ ପାଣି ଜମିଥିବା ବେଳେ ସେଥିରୁ କରେଣ୍ଟ ଲାଗି ନିଲେଶ ରାୟ ନାମକ ଛାତ୍ରର ମୃତ୍ୟୁ ହୋଇଥିଲା । ଅନ୍ୟ ୩ ବିଦ୍ୟାର୍ଥୀ ଶ୍ରେୟା ଯାଦବ, ତାନ୍ୟା ସୋନି ଏବଂ ନବୀନ ଡାଲ୍‌଼ବିନ ଏକ କୋଚିଂ ସେଣ୍ଟରରେ ଆକସ୍ମିକ ପାଣି ପଶି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+