Get Updates
Get notified of breaking news, exclusive insights, and must-see stories!

ପୁଲିସର ଲାଠିଚାର୍ଜ ଯୋଗୁଁ ହେଲା କରୁର୍‌ ଦଳାଚକଟା:TVK

ତାମିଲନାଡୁର କରୁର୍‌ ଜିଲ୍ଲାରେ ଗତ ସପ୍ତାହରେ ପୁଲିସର ଲାଠିଚାର୍ଜ ଯୋଗୁଁ ଦଳାଚକଟାରେ ୪୧ ଜଣଙ୍କର ମୃତ୍ୟୁ ଘଟିଥିଲା ବୋଲି ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଦଳ ତାମିଲାଗା ଭେଟ୍ରି କାଝାଗମ୍ ବା ଟିଭିକେ ଶୁକ୍ରବାର ମାଡ୍ରାସ ହାଇକୋର୍ଟଙ୍କୁ କହିଛି। ଏମ୍‌କେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମ୍‌କେ ସରକାର ବିଜୟଙ୍କ ଦଳର ଅଭିଯୋଗକୁ ଭିତ୍ତିହୀନ ବୋଲି କହିବା ସହ ଏହି ଦାବି ସପକ୍ଷରେ କୌଣସି ପ୍ରମାଣ ନାହିଁ ବୋଲି କହିଛନ୍ତି।

Vijay

ଯେତେବେଳେ ସମର୍ଥକମାନେ ସେମାନଙ୍କ ନେତା ବିଜୟଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିଲେ, ସେତେବେଳେ ଭିଡ଼ରୁ କିଛି ଲୋକ ଚପଲ ଫିଙ୍ଗିଥିଲେ। ବିନା ଚେତାବନୀରେ ପୁଲିସ ଲୋକମାନଙ୍କୁ ଲାଠିଚାର୍ଜ କରିବା ଆରମ୍ଭ କରିଥିଲା, ଯାହାଫଳରେ ଦଳାଚକଟା ହୋଇଥିଲା। ପୁଲିସ ଏହାକୁ ସଠିକ୍ ଉପାୟରେ ପରିଚାଳନା କରିବାରେ ବିଫଳ ହୋଇଛି ବୋଲି ବିଜୟଙ୍କ ଦଳ କୋର୍ଟରେ ଦାବି କରିଛି। ଦଳାଚକଟା ଘଟଣାର ତଦନ୍ତ କରିବାକୁ ଆଇପିଏସ୍ ଅଧିକାରୀ ଆସ୍ରା ଗର୍ଗଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ଏହି ଭୟାନକ ଘଟଣା ସଂପର୍କରେ ଅବଗତ ହେବାପରେ ଟିଭିକେ କାର୍ଯ୍ୟକର୍ତ୍ତାମାନେ ତୁରନ୍ତ ଘଟଣାସ୍ଥଳ ଛାଡ଼ି ପଳାଇଥିବାରୁ କୋର୍ଟ ସେମାନଙ୍କୁ ଭର୍ତ୍ସନା କରିଛନ୍ତି। ଏସ୍ଆଇଟି ଗଠନ କରିବା ସମୟରେ ଜଷ୍ଟିସ୍ ସେନ୍ଥିଲକୁମାର ଦଳାଚକଟା ସହ ଜଡିତ ସମସ୍ତ ମାମଲା ଦସ୍ତାବିଜକୁ ତୁରନ୍ତ ତଦନ୍ତ କମିଟିକୁ ହସ୍ତାନ୍ତର କରିବାକୁ କରୁର ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଘୋଷଣା କରିଥିଲେ ଯେ ଅବସରପ୍ରାପ୍ତ ବିଚାରପତି ଅରୁଣା ଜଗଦୀଶନଙ୍କ ନେତୃତ୍ୱରେ ଏକ ନ୍ୟାୟିକ ଆୟୋଗ ଏହି ଘଟଣାର ତଦନ୍ତ କରିବେ।

ଦଳାଚକଟା ମାମଲାରେ ଟିଭିକେ ଜିଲ୍ଲା ସଚିବ ଏନ୍ ସତୀଶ କୁମାରଙ୍କ ଦ୍ୱାରା ଦାଖଲ ହୋଇଥିବା ଆଗୁଆ ଜାମିନ ଆବେଦନକୁ ମଧ୍ୟ ହାଇକୋର୍ଟ ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ, ଗତ ବର୍ଷ ରାଜନୀତିରେ ପ୍ରବେଶ କରିବା ପାଇଁ ଅଭିନୟ କ୍ୟାରିୟର ଛାଡିଥିବା ବିଜୟ ସାରା ରାଜ୍ୟ ଭ୍ରମଣ କରୁଛନ୍ତି ଏବଂ ସାଧାରଣ ସଭା ମାଧ୍ୟମରେ ସମସ୍ତ ୩୮ଟି ଜିଲ୍ଲା ପରିକ୍ରମା କରିବା ଲକ୍ଷ୍ୟ ରଖିଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+