ତାମିଲନାଡୁ ସରକାରଙ୍କୁ CAA ଲାଗୁ ନକରିବାକୁ ଅନୁରୋଧ କଲେ ବିଜୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସୋମବାର ନାଗରିକତା ସଂଶୋଧନ ଅଧିନିୟମ (CAA) କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। 2019 ଲୋକସଭା ନିର୍ବାଚନ ପାଇଁ CAA ବିଜେପିର ମନିଫେଷ୍ଟୋର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା । ବର୍ତ୍ତମାନ ଅଭିନେତା ଥାଲପତି ବିଜୟ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏହାକୁ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ସମସ୍ତ ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି। ଏବେ ଏହି ତାଲିକାରେ ସାଉଥର ସୁପରଷ୍ଟାର ଥଲପତି ବିଜୟ ମଧ୍ୟ ସାମିଲ ହୋଇଛନ୍ତି। ସେ ସିଏଏକୁ ବିରୋଧ କରିବା ସହ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ।

ନିକଟରେ ଅଭିନୟରୁ ରାଜନୀତିରେ ଏଣ୍ଟ୍ରି କରିଥିବା ଥଲପତି ବିଜୟ ଏହି ନାଗରିକତା ସଂଶୋଧନ ବିଲ୍କୁ ବେକାର୍ ତଥା ଫାଲତୁ ବୋଲି କହିଛନ୍ତି। ଏଥିସହ ତାମିଲନାଡୁରେ ଏହି ସିଏଏକୁ ଲାଗୁ ନକରିବା ପାଇଁ ସେ ରାଜ୍ୟ ସରକାରଙ୍କୁ ଅପିଲ କରିଛନ୍ତି।
ସେ ଟ୍ୱିଟ୍ କରି କହିଛନ୍ତି, 'ଦେଶରେ ସିଏଏ ଲାଗୁ କରିବା ସ୍ୱୀକାର୍ଯ୍ୟ ନୁହେଁ। ନାଗରିକତ୍ୱ ସଂଶୋଧନ ଅଧିନିୟମ ୨୦୧୯ ଏବଂ ଦେଶରେ ଏପରି କୌଣସି ଆଇନ କାର୍ଯ୍ୟକାରୀ ହୋଇପାରିବ ନାହିଁ, କାରଣ ଦେଶରେ ପୂର୍ବରୁ ଭାଇଚାରା ଅଛି। ତେବେ ଏପରି ଅଦରକାରୀ ଆଇନର ଆବଶ୍ୟକତା କ'ଣ?' କୌଣସି ମୂଲ୍ୟରେ ଏହାକୁ କାର୍ଯ୍ୟକାରୀ ନ କରିବାକୁ ଅଭିନେତା ତାଙ୍କ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।
ବିଜୟଙ୍କ ବ୍ୟତୀତ ଅନ୍ୟ ବିରୋଧୀଦଳ ନେତାମାନେ ମଧ୍ୟ ନାଗରିକତ୍ୱ (ସଂଶୋଧନ) ଆଇନର ନିୟମକୁ ନେଇ କେନ୍ଦ୍ରକୁ ସମାଲୋଚନା କରିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ସମାଜକୁ ଭାଗ କରିବାକୁ ଚେଷ୍ଟା ଏବଂ ପରିସ୍ଥିତି ବିଗାଡିବାକୁ ଚେଷ୍ଟା କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି।












Click it and Unblock the Notifications