ଥାଲାପତି ବିଜୟ କଲେ ବଡ଼ ଘୋଷଣା, ଟିଭିକେ ଆସନ୍ତା ନିର୍ବାଚନରେ ବିଜେପି-ଡିଏମକେ ସହ.....
ତାମିଲ ଅଭିନେତା ବିଜୟଙ୍କ ନେତୃତ୍ବାଧୀନ ଦଳ ତାମିଲାଗା ଭେଟ୍ରି କାଝାଗମ (ଟିଭିକେ) ଆସନ୍ତାବର୍ଷ ତାମିଲନାଡୁରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ଏକାକୀ ପ୍ରତିଦ୍ବନ୍ଦ୍ବିତା କରିବ। ଏହି ନିର୍ବାଚନରେ ଟିଭିକେ ଶାସକ ଡିଏମ୍କେ କିମ୍ବା ବିଜେପି ସହିତ ମେଣ୍ଟ କରିବ ନାହିଁ ବୋଲି ଘୋଷଣା କରିଛି।

ଗୁରୁବାର ମଦୁରାଇରେ ଅନୁଷ୍ଠିତ ନିଜ ଦଳର ରାଲିକୁ ସମ୍ବୋଧନ କରି ବିଜୟ ମେଣ୍ଟ ସମ୍ଭାବନାକୁ ସମ୍ପୂର୍ଣ୍ଣ ରୂପେ ଅଗ୍ରାହ୍ୟ କରିଛନ୍ତି। କାରଣ ବିଜେପି ତାଙ୍କ ପାଇଁ ଆଦର୍ଶଗତ ଶତ୍ରୁ ଓ ଡିଏମ୍କେ ରାଜନୈତିକ ଶତ୍ରୁ। ତେଣୁ ୨୦୨୬ ବିଧାନସଭା ନିର୍ବାଚନରେ ଏହି ଦୁଇ ଦଳ ସହିତ ସେ ମେଣ୍ଟ କରିବେ ନାହିଁ। ବିଜୟ କହିଛନ୍ତି ଯେ ସିଂହ ସବୁବେଳେ ସିଂହ। ତାଙ୍କର କୌଣସି ରାଜନୈତିକ ଅଭିଳାଷ ନାହିଁ। ତେଣୁ କାହାକୁ ଭୟ କରିବାର ନାହିଁ। ଦଳ ରାଜ୍ୟର ସମସ୍ତ ୨୩୪ଟି ଆସନରେ ପ୍ରାର୍ଥୀ ଦେବ। ଆଜିର ରାଲିରେ ବିପୁଳ ଜନସମାଗମ ଦେଖାଯାଇଥିଲା।












Click it and Unblock the Notifications