ରାଜକୀୟ ସମ୍ମାନ ସହ ଆଜି ହେବ ବିଜୟ ରୂପାନୀଙ୍କ ଅନ୍ତିମ ସଂସ୍କାର
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୭୪ ଜଣଙ୍କ ମଧ୍ୟରୁ ରବିବାର ସୁଦ୍ଧା ଡିଏନ୍ଏ ମେଳ କରାଯାଇ ୪୭ ମୃତଦେହ ଚିହ୍ନଟ କରାଯାଇଛି।
ସେଥିରୁ ୨୪ଟି ମୃତଦେହକୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ଅହମଦାବାଦର ସିଭିଲ୍ ହସ୍ପିଟାଲରେ ଡିଏନ୍ଏ ପରୀକ୍ଷା ଜରିଆରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ ହୋଇଥିବା ରାଜ୍ୟ ଗୃହମନ୍ତ୍ରୀ ହର୍ସ ସାଙ୍ଘଭି ରବିବାର ସକାଳେ ଘୋଷଣା କରିଛନ୍ତି। ତାଙ୍କ ମୃତଦେହକୁ ଏକ ଚାର୍ଟାର୍ଡ ବିମାନରେ ରାଜକୋଟ୍ ନିଆଯାଇ ସେଠାରେ ସୋମବାର ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ କରାଯିବା ସହ ଗୋଟିଏ ଦିନ ଶୋକ ପାଳନ କରାଯିବ।

ମୃତଦେହ ଚିହ୍ନଟ କାର୍ଯ୍ୟରେ ଫୋରେନ୍ସିକ୍ ବିଶେଷଜ୍ଞମାନଙ୍କର ଏକ ବଡ଼ ଟିମ୍ ସାମିଲ ହୋଇଥିବାବେଳେ ସମ୍ପର୍କୀୟମାନଙ୍କ ଡିଏନ୍ଏ ନମୁନା ସଂଗ୍ରହ କରାଯାଇ ଏହାକୁ ମୃତକଙ୍କ ସହ ମେଳ କରିବାରେ ସମୟ ଲାଗୁଛି। ଡିଏନ୍ଏ ମେଳକ ଏକ ଜଟିଳ ମେଡିକାଲ ଓ ଆଇନଗତ ପ୍ରକ୍ରିୟା, ଯେଉଁଥିରେ ଏକାଧିକ ସ୍ତରରେ ଯାଞ୍ଚ କରାଯାଇଥାଏ ବୋଲି ଜଣେ ବିଶେଷଜ୍ଞ କହିଛନ୍ତି।












Click it and Unblock the Notifications