ନ୍ୟାୟାଳୟଙ୍କୁ ଅବମାନନା ମାମଲାରେ ବିଜୟ ମାଲ୍ୟାଙ୍କୁ ४ ମାସ ଜେଲ୍ ଦଣ୍ତ
VIJAY MALLYA UPDATES . VIJAY MALLYA GETS FOUR MONTH IN JAILନ୍ୟାୟାଳୟଙ୍କୁ ଅବମାନନା ମାମଲାରେ ବିଜୟ ମାଲ୍ୟାଙ୍କୁ ४ ମାସ ଜେଲ୍ ଦଣ୍ତ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଚାରି ମାସ ଜେଲ ଦଣ୍ତ ଦେଇଛନ୍ତି । ଏଥି ସହିତ ବିଜୟ ମାଲ୍ୟାଙ୍କ ଉପରେ କୋର୍ଟ ୨୦୦୦ ଟଙ୍କା ଜରିମାନା ମଧ୍ୟ ଲାଗୁକରିଛନ୍ତି। ଅଦାଲତର ଅବମାନନା ମାମଲାରେ ସୁପ୍ରିମକୋର୍ଟ ବିଜୟ ମାଲ୍ୟାଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ଏହି ମାମଲାର ଶୁଣାଣି ୧୦ ମାର୍ଚ୍ଚରେ ଶେଷେ ହୋଇସାରିଥିଲା ଓ ଏହି ରାୟ ସଂରକ୍ଷିତ ରଖାଯାଇଥିଲା ଯାହା ଶେଷରେ ଆଜି ପ୍ରକାଶ ପାଇଛି । ଏହାସହିତ କୋର୍ଟ ମାଲ୍ୟାଙ୍କୁ ୪ସପ୍ତାହ ମଧ୍ୟରେ ସୁଧ ସହିତ ୪୦ ନିୟୁତ ଡଲାର ଜମା କରିବାକୁ ମଧ୍ୟ ଆଦେସ ଦେଇଛନ୍ତି ।ଯଦି ସେ ଏହି ରକମ ଜମା ନ କରନ୍ତି ତେବେ ତାଙ୍କର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି କରାଯିବ ।

ଜଷ୍ଟିସ ୟୁ ୟୁ ଲଳିତ ନେତୃତ୍ୱରେ ଏସ ରବୀନ୍ଦ୍ର ଭଟ୍ଟ , ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ତେବେ ପାଞ୍ଚ ବର୍ଷ ପୂର୍ବେ ଦେଶର ଶୀର୍ଷ ଅଦାଲତ ମେ ୯, ୨୦୧୭ ରେ ବିଜୟ ମାଲ୍ୟାଙ୍କୁ ଏକ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ଅଦାଲତଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରି ସେ ନିଜ ପିଲାମାନଙ୍କ ଏକାଉଣ୍ଟକୁ୪୦ ନିୟୁତ ଡଲାର ସ୍ଥାନାନ୍ତର କରିଥିବା ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରଯାଇଥିଲେ ମଧ୍ୟ ସେ ୫ବର୍ଷ ହେଲା ଅଦାଲତରେ ହାଜର ହୋଇ ନଥିଲେ କି ତାଙ୍କ ତରଫରୁ କୌଣସି ଓକିଲ ମଧ୍ୟ କୋର୍ଟକୁ ଆସିନଥିଲେ । ଶେଷରେ ଏହି ମାମଲାରେ ମାଲ୍ୟାଙ୍କୁ ଦଣ୍ଡ ଦେବା ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଆବେଦନ କରିଥିଲେ ।
ସୂଚନାଅନୁସାରେ ଭାରତର ଅନେକ ବ୍ୟାଙ୍କରୁ ଋଣ ନେଇ ମାଲ୍ୟା ୨୦୧୬ ମସିହାରେ ଭାରତ ଛାଡି ବ୍ରିଟେନ୍ ପଳାଇଥିଲେ । 2017 ମସିହା ଏପ୍ରିଲ 18 ରେ ସ୍କଟଲାଣ୍ଡ ୟାର୍ଡ କୋର୍ଟଙ୍କ ଦ୍ବାରା ପ୍ରତ୍ୟାର୍ପଣ ମାମଲାରେ ଜାମିନରେ ଅଛନ୍ତି ମାଲ୍ୟା ।












Click it and Unblock the Notifications