Get Updates
Get notified of breaking news, exclusive insights, and must-see stories!

Vijay Diwas 2024: ୧୯୭୧ ମସିହା ଡିସେମ୍ବର ୧୬ ତାରିଖ; ଦୁଇ ଦେଶ ଦେଖୁଥିଲା ବିଜୟ

Vijay Diwas 2024: ୧୯୭୧ ମସିହା ଡିସେମ୍ବର ୧୬ ତାରିଖ । ଦୁଇ ଦେଶ ଦେଖିଲା ବିଜୟ। ଆଜି ବି ନାଚି ଉଠୁଛି ଐତିହାସିକ ମୁହୂର୍ତ୍ତର ଦୃଶ୍ୟ । ୧୯୭୧ ମସିହାରେ ବାଂଲାଦେଶ ଏକ ସ୍ୱତନ୍ତ୍ର ଦେଶ ଭାବରେ ଗଢି ଉଠିଥିଲା । ବାଂଲାଦେଶକୁ ସ୍ୱତନ୍ତ୍ର ଦେଶ ପାହ୍ୟା ଦେବାରେ ପ୍ରମୁଖ ଭୂମିକା ତୁଲାଇଥିଲା ଭାରତ । ଏହି ବିଜୟ ଦିବସକୁ ପାଳନ କରିବା ପାଇଁ ବାଂଲାଦେଶର ୧୯୭୧ ମୁକ୍ତି ସଂଗ୍ରାମରେ ୮ ଭାରତୀୟ ସେନା ଢାକାରେ ପହଞ୍ଚିଥିଲେ ।

ସେହିପରି ବାଂଲାଦେଶ ସେନାର ୮ ଅଦିକାରୀ ଉଭୟ ଦେଶରେ ବିଜୟ ଦିବସ ସମାରୋହରେ ସାମିଲ ହେବା ପାଇଁ କୋଲକାତା ପହଞ୍ଚିଥିଲେ ।ଭାରତୀୟ ଯବାନଙ୍କ ବୀରତ୍ୱର କାହାଣୀ ସର୍ବଦା ଦେଶକୁ ଅନୁପ୍ରାଣିତ କରିଥାଏ । ଏପରି ଏକ ଘଟଣା ଘଟିଥିଲା ୧୯୭୧ ମସିହାରେ ।

ଡିସେମ୍ବର ୧୬, ୧୯୭୧ ରେ ଉଭୟ ଭାରତ ଏବଂ ବାଂଲାଦେଶ ପାକିସ୍ତାନ ଉପରେ ବିଜୟ ଉତ୍ସବ ପାଳନ କରନ୍ତି ଏବଂ ପ୍ରତିବର୍ଷ ଉଭୟ ଦେଶ ପରସ୍ପରର ଯୁଦ୍ଧ ଭେଟେରାନ ତଥା ସେବାୟତମାନଙ୍କୁ ଏହି ଉତ୍ସବରେ ଭାଗ ନେବାକୁ ଆମନ୍ତ୍ରଣ କରନ୍ତି।

ଡିସେମ୍ବର ୪, ୧୯୭୧ ମସିହାରେ ମାତ୍ର ୧୨୦ ଜଣ ଭାରତୀୟ ଯବାନ ଅଦମ୍ୟ ସାହସର ପରାକାଷ୍ଠା ସହିତ ୨୦୦୦ ପାକିସ୍ତାନୀ ଯବାନଙ୍କୁ ରୋକିବାରେ ସମର୍ଥ ହୋଇଥିଲେ । ରାଜସ୍ଥାନର ଲଙ୍ଗେୱାଲା ଠାରେ ମାତ୍ର ୧୨୦ ଜଣ ଯବାନଙ୍କୁ ନେଇ ପାକିସ୍ତାନର ୨୦୦୦-୩୦୦୦ ସୈନ୍ୟ ଓ ୪୦ଟି ଟ୍ୟାଙ୍କକୁ ହରାଇବାରେ ସମର୍ଥ ହୋଇଥିଲେ ମେଜର କୁଲଦୀପ ସିଂ ଚାନ୍ଦପୁରୀ ।

ସୂର୍ୟ୍ୟୋଦୟ ପରେ ଭାରତୀୟ ବାୟୁସେନା ସହାୟତାରେ ପୋଷ୍ଟ ବଞ୍ଚାଇବା ସହିତ ବିଜୟ ହାସଲ କରିଥିଲା ଭାରତ । ଏହି ଯୁଦ୍ଧ ସମୟରେ ଭାରତର ୨ ଜଣ ଯବାନ ଶହୀଦ ହୋଇଥିବା ବେଳେ ପାକିସ୍ତାନର ୨୦୦ ଯବାନ ପ୍ରାଣ ହରାଇଥିଲେ । ଏହା ସହିତ ପାକିସ୍ତାନର ୩୮ଟି ଟ୍ୟାଙ୍କ ନଷ୍ଟ କରି ଦେଇଥିଲେ ଭାରତୀୟ ଯବାନ । ଯୁଦ୍ଧରେ ଅସାଧାରଣ ପରାକ୍ରମ ପାଇଁ ଚାନ୍ଦପୁରୀଙ୍କୁ ମହାବୀର ଚକ୍ର ଏବଂ ଆଲ୍ଫା କମ୍ପାନୀ ୨୩ର ୧୦ ଜଣ ଯବାନଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯାଇଥିଲା ।

Vijay Diwas 2024

ଆଜିକାଲି ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିକ୍ତତା ଦେଖାଯାଉଛି। ଏପରିକି ଉତ୍ତେଜନା ମଧ୍ୟରେ ବିଜୟ ଦିବସ ପାଳନ କରାଯାଉଛି ଏବଂ ଉଭୟ ଦେଶର ପ୍ରତିନିଧୀମାନେ ପରସ୍ପରର ଦେଶରେ ପହଞ୍ଚୁଛନ୍ତି। ବାଂଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିୟୋଗ ପରେ ହିନ୍ଦୁ ସମ୍ପ୍ରଦାୟ ଉପରେ ଅତ୍ୟାଚାର ଘଟଣା ସାମ୍ନାକୁ ଆସିଛି। ଆହୁରି ମଧ୍ୟ, ନିକଟରେ ଇସକନ୍ ମନ୍ଦିରର ପୁରୋହିତ ଚିନ୍ମୟ କୃଷ୍ଣ ଦାସଙ୍କୁ ମଧ୍ୟ ଦେଶଦ୍ରୋହ ଅଭିଯୋଗରେ ଅଟକ ରଖାଯାଇଛି, ଯେଉଁଥିପାଇଁ ଭାରତ ମଧ୍ୟ ବାଂଲାଦେଶକୁ ସମାଲୋଚନା କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+