ମହିଳା ଆଇପିଏସ ଅଧିକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ଧମକ ଦେଇଥିବା ଅଭିଯୋଗ,ଭିଡିଓ ଭାଇରାଲ ପରେ ତେଜିଲା ବିବାଦ
ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଜଣେ ମହିଳା ଆଇପିଏସ୍ ଅଫିସରଙ୍କୁ ଧମକ ଦେଇଛନ୍ତି। ବେଆଇନ ମୋରମ ଖନନ କାମ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ଅଜିତ ପାୱାର ଫୋନ ଯୋଗେ ମହିଳା ଆଇପିଏସ୍ଙ୍କୁ ଧମକ ଦେବାର ଭିଡିଓ ଭାଇରାଲ ହୋଇଛି। ଭିଡିଓ ଭାଇରାଲ ହେବା ପରେ ରାଜନୀତିକ ବିବାଦ ଦେଖାଦେଇଛି।
ଶିବସେନା(ଉଦ୍ଧବ ବାଲାସାହେବ ଠାକେ) ପକ୍ଷରୁ ଅଜିତ ପାୱାରଙ୍କ ଇସ୍ତଫା ଦାବି କରାଯାଇଥିବା ବେଳେ ଶାସକ ମେଣ୍ଟର ସଦସ୍ୟମାନେ ଅଜିତ ପାୱାର ସ୍ୱାଭାବିକ ସ୍ୱରରେ କଥା ହୋଇଥିବା ସଫେଇ ଦେଇଛନ୍ତି। ଭାଇରାଲ ଭିଡିଓରେ ଅଜିତ ପାୱାର ଫୋନ ଯୋଗେ କରମାଲା ସବ ଡିଭିଜନାଲ ପୁଲିସ୍ ଅଫିସର ଅଞ୍ଜନା କ୍ରିଷ୍ଣନାଙ୍କ ସହ କଥା ହେଉଛନ୍ତି। ସୋଲାପୁର ଠାରେ ବେଆଇନ ମୋରମ ଖନନ ବିରୋଧରେ ଅଞ୍ଜନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ଏନସିପିର ଜଣେ କାର୍ଯ୍ୟକର୍ତ୍ତା ଅଜିତ ପାୱାରଙ୍କୁ ଫୋନ କରିଥିଲେ।
ସୂଚନା ଅନୁସାରେ ସୋଲାପୁରରେ ବେଆଇନ ଖଣି ଖନନ ଅଭିଯୋଗ ପାଇବା ପରେ ଆଇପିଏସ୍ ଅଞ୍ଜନା କୃଷ୍ଣ ଏକ ସ୍ଥାନରେ ଚଢାଉ କରିଥିଲେ । ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏହାକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ସେ ଏନେଇ ଏନସିପି କର୍ମୀଙ୍କ ଫୋନରେ ମହିଳା ଆଇପିଏସ୍ ଅଧିକାରୀଙ୍କୁ ଧମକ ଦେଇଥିଲେ । କହିଥିଲେ, "ମୁଁ, ଉପମୁଖ୍ୟମନ୍ତ୍ରୀ, ଆପଣଙ୍କୁ କହୁଛି । ତୁରନ୍ତ କାମ ବନ୍ଦ କରନ୍ତୁ । କିନ୍ତୁ ଅଞ୍ଜନା ତାଙ୍କ ସ୍ୱରକୁ ଚିହ୍ନି ପାରି ନଥିଲେ ଏବଂ ତାଙ୍କୁ ସିଧାସଳଖ ତାଙ୍କ ମୋବାଇଲ୍ ନମ୍ବରରେ କଲ୍ କରିବାକୁ କହିଥିଲେ ।
ଏହା ଶୁଣିବା ମାତ୍ରେ ପାୱାର ରାଗି ଯାଇଥିଲେ । କହିଲେ, "ତୁମର ସାହସ କିପରି ହେଲା ? ମୁଁ ତୁମ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବି । ପାୱାର ଅଞ୍ଜନାଙ୍କୁ ଏକ ଭିଡିଓ କଲ୍ କରିଥିଲେ ଏବଂ ପୁଣି ଥରେ ତାଙ୍କୁ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେ ତାଙ୍କୁ ପଚାରିଥିଲେ ଯେ ସେ ତାଙ୍କୁ ଚିହ୍ନିଛନ୍ତି କି? ଏହି ଘଟଣା ସୋସିଆଲ ମିଡିଆରେ ଏକ ବିବାଦ ସୃଷ୍ଟି କରିଛି । ଏନସିପି କହିଛି ଯେ ପାୱାରଙ୍କ କଥାକୁ ଭୁଲ ବୁଝାଯାଇଥିଲା । ଅଜିତ ପାୱାର ଦଳୀୟ କର୍ମୀଙ୍କୁ ଶାନ୍ତ କରିବା ପାଇଁ ଅଧିକାରୀଙ୍କୁ କଠୋର ଭାବରେ କଥା କହିଥାଇପାରନ୍ତି । ସେ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚାହୁଁ ନଥିଲେ ।

ବିରୋଧୀ ଦଳଗୁଡ଼ିକ ଏହି ଘଟଣା ପାଇଁ ପାୱାରଙ୍କ ଠାରୁ କ୍ଷମା ମାଗିଛନ୍ତି । ଶିବସେନା ଉଦ୍ଧବ ଠାକରେ ନେତା ସଞ୍ଜୟ ରାଉତ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମହିଳା ଆଇପିଏସ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇବାକୁ ଦାବି କରିଛନ୍ତି ।












Click it and Unblock the Notifications