Get Updates
Get notified of breaking news, exclusive insights, and must-see stories!

ପ୍ରଥମ ଦେଖାରେ କ୍ୟାଟ୍ରିନାଙ୍କୁ ଭଲ ପାଇବସିଥିଲେ ବିକି କୌଶଲ, ଜାଣନ୍ତୁ ଉଭୟଙ୍କ ବିଷୟରେ କିଛି ଖାସ୍ କଥା

vickey-katrina

ମୁମ୍ବାଇ: ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରିବା ପରେ ବିକି କୌଶଲ ଓ କ୍ୟାଟ୍ରିନା କୈଫ୍ 2021 ମସିହାରେ ବିବାହ କରିଥିଲେ। ହେଲେ ବିବାହ ପୂର୍ବରୁ ଦୁଇ ଷ୍ଟାର ନିଜ ସମ୍ପର୍କକୁ ନେଇ କୌଣସି ଘୋଷଣା କରିନଥିଲେ । ହଠାତ୍ ତାଙ୍କ ବିବାହ ଖବର ଏବଂ ଫଟୋ ଫ୍ୟାନ୍ସଙ୍କୁ ଝଟକା ଦେଇଥିଲା । ହେଲେ ତାଙ୍କ ସମ୍ପର୍କକୁ ନେଇ ଅନେକ ଗୁଜବ ଲାଗି ରହିଥିଲା । ତେବେ ଆପଣ ଜାଣିଛନ୍ତି କି ବିକି ଏବଂ କ୍ୟାଟ୍ରିନା ପ୍ରଥମ ଥର ପାଇଁ କେବେ ଏବଂ କେଉଁଠାରେ ଭେଟିଥିଲେ ।

ଭିକି ଏବଂ କ୍ୟାଟ୍ରିନା ପ୍ରଥମ ଥର ପାଇଁ ଏକ ଆୱାର୍ଡ ଶୋ'ରେ ଭେଟିଥିଲେ । ଉଭୟଙ୍କ ବିବାହ ପରେ ସୋ'ରୁ ତାଙ୍କର ଗୋଟିଏ କ୍ଲିପ୍ ଖୁବ୍ ଭାଇରାଲ ହୋଇଥିଲା। ଏହି କ୍ଲିପ୍‌ରେ ଭିକି କ୍ୟାଟ୍ରିନାଙ୍କୁ କହିଥିଲେ, ତୁମେ ଜଣେ ଭଲ ବିକି କୌଶଲଙ୍କୁ ଖୋଜି ବିବାହ କରିନିଅ ?

ୱେଲ୍ ଉଭୟଙ୍କ ବିବାହ ପରେ ଯେତେବେଳେ ଏହି ଭିଡିଓ ଭାଇରାଲ ହୋଇଥିଲା ସେତେବେଳେ ଲୋକେ କହିଥିଲେ, ଲାଗୁଛି ଯେ କ୍ୟାଟ୍ରିନା ବିକିଙ୍କ କଥାକୁ ଗମ୍ଭୀରତାର ସହ ନେଇଯାଇଛନ୍ତି । ଅନେକ ଲୋକେ ଏହା ବି ଦାବି କରିଥିଲେ ଯେ, ବୋଧହୁଏ ଏହି ସୋ'ରୁ ହିଁ ଦୁଇ ଷ୍ଟାରଙ୍କ ପ୍ରେମ ଆରମ୍ଭ ହୋଇଥିଲା ' ?

କ୍ୟାଟ୍ରିନାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ବିକି

ତେବେ ନିକଟରେ ବିକି କୌଶଲ ଏହି ଭାଇରାଲ ଭିଡିଓର ସତ୍ୱତା କହିଥିଲେ, ଅଭିନେତା କହିଥିଲେ ଯେ ସେ କ୍ୟାଟ୍ରିନାଙ୍କ ପାଇଁ କହିଥିବା ଲାଇନ୍ ସ୍କ୍ରିପ୍ଟଟେଡ୍ ଥିଲା । ସେ ପୂର୍ବରୁ ହିଁ ଜାଣିଥିଲେ କ୍ୟାଟ୍ରିନା ମଞ୍ଚ ଉପରକୁ ଆସିବେ । ଏହି ସମୟରେ ବିକି ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ ହେଲେ ମସ୍ତିରେ । ସଲମାନ ଖାନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଏବଂ ତାଙ୍କର ପ୍ରତିକ୍ରିୟା ଦେଖିବା ଲାଏକ୍ ଥିଲା ।

ତେବେ କ୍ୟାଟ୍ରିନା ମଧ୍ୟ ଅନସ୍କ୍ରିନ୍ କହିଛନ୍ତି ଯେ, ବିକିଙ୍କ ସହ ତାଙ୍କ ଯୋଡି ଅଧିକ ସୁନ୍ଦର ଲାଗିବ । ତାଙ୍କର ଏହି ଭିଡିଓ ମଧ୍ୟ ଖୁବ ଭାଇରାଲ ହୋଇଥିଲା । ତେବେ ବର୍ତ୍ତମାନ ଅଭିନେତା ତାଙ୍କ ଆଗାମୀ ଫିଲ୍ମର ପ୍ରମୋସନରେ ବିଜି ଅଛନ୍ତି । ସାରା ଅଲ୍ଲି ଖାନଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଜରା ହଟକେ ଜରା ବଚକେ' 2 ଜୁନ୍ 2023ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+