ଉପ-ରାଷ୍ଟ୍ରପତି ନିର୍ବାଚନ : ବିଜେଡ଼ିର ଭୋଟ୍ କାହାକୁ ? କୁଆଡେ ଯିବେ ନବୀନ ? ଏନ୍‌ଡିଏ ନା ଇଣ୍ଡି ମେଣ୍ଟ

ଭୁବନେଶ୍ବର: ଉପ-ରାଷ୍ଟ୍ରପତି ନିର୍ବାଚନକୁ ନେଇ ଦେଶର ରାଜନୀତି ସରଗରମ । ତେବେ ଏହାରି ଭିତରେ ବିଜେଡି କାହାକୁ ସମର୍ଥନ କରିବ ସେହି ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇପଡ଼ିଛି । ବିଜେଡି କାହାକୁ ସମର୍ଥନ କରିବା ତା' ଉପରେ ସମସ୍ତଙ୍କ ନଜର ରହିଛି ।

ନିର୍ବାଚନରେ ବିଜେଡିର ଆଭିମୁଖ୍ୟକୁ ନେଇ ଦଳୀୟ ମହଲରେ ଉଷ୍ଣତା ବଢ଼ିବାରେ ଲାଗିଛି। ଉପ-ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣନ ହୋଇଥିବାବେଳେ ଇଣ୍ଡିଆ ମେଣ୍ଟ ପକ୍ଷରୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି.ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରାଯାଇଛି ।

ସୂଚନା ଅନୁଯାୟୀ, ଇଣ୍ଡିଆ ମେଣ୍ଟ ଓ ଏନ୍‌ଡିଏ ଉଭୟ ବିଜେଡି ସମର୍ଥନ ପାଇବାକୁ ପ୍ରଚେଷ୍ଟା କରୁଛନ୍ତି । ଏନ୍‌ଡିଏ ପ୍ରାର୍ଥୀ ତାମିଲନାଡୁର ମୂଳ ବାସିନ୍ଦା ହୋଇଥିବାବେଳେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ଆନ୍ଧ୍ରପ୍ରଦେଶର ।

Vice-Presidential Election

୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଏବେ ରାଜ୍ୟରେ ଦଳ ମୁଖ୍ୟ ବିରୋଧୀ ଭୂମିକାରେ ରହିଛି। ବିଜେପି ବିରୋଧରେ ବିଜେଡି ବିଭିନ୍ନ କାର୍ଯ୍ୟକ୍ରମ କରିବା ସହ ଡବଲ ଇଞ୍ଜିନ ସରକାରକୁ ବିରୋଧ କରୁଛି । ମାତ୍ର ଏବେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କଲେ ଭିନ୍ନ ବାର୍ତ୍ତା ଯିବ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି ।

ମାତ୍ର ବିଗତ ଦିନରେ ରାଜ୍ୟସଭା ନିର୍ବାଚନ ହେଉ ଅବା ବିଭିନ୍ନ ପ୍ରସଙ୍ଗରେ ବିଜେଡି ଏନ୍‌ଡିଏକୁ ସମର୍ଥନ କରିବା ନଜର ରହିଛି। ଏଭଳି ସ୍ଥିତିରେ ବିଜେଡି ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ୱାକଫ୍‌ ସଂଶୋଧନ ବିଧେୟକରେ ବିବେକାନୁମୋଦିତ ଭୋଟ୍‌କୁ ଆଧାର କରି ଦଳର ୫ଜଣ ସାଂସଦ ଏନ୍‌ଡିଏ ସରକାରଙ୍କୁ ସମର୍ଥନ କରିଥିଲେ। ବିଜେଡି ୱାକଫ୍‌ ଭଳି ଉପ-ରାଷ୍ଟ୍ରପତି ନିର୍ବାଚନରେ ବିବେକାନୁମୋଦିତ ମତ ଦେବା ନେଇ ଅଳ୍ପ କେତେକ ମତ ଦେଇଛନ୍ତି । ମାତ୍ର ଭୋଟ୍ ଦାନରୁ ବିରତ ରହିବାକୁ ବିଜେଡିର ଏକ ବଡ଼ ଗୋଷ୍ଠୀ ଦଳୀୟ ସୁପ୍ରିମୋଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି ।

ବିଜେଡିର ରାଜନୈତିକ ବ୍ୟାପାର ସମିତି(ପଲଟିକାଲ ଆଫେୟାର୍ସ କମିଟି) ନିର୍ବାଚନରୁ ଏନ୍‌ଡିଏ ଓ ଇଣ୍ଡିଆ ମେଣ୍ଟଠାରୁ ସମଦୂରତା ରକ୍ଷା କରି ନିର୍ବାଚନରୁ ବିରତ ରହିବା ନିମନ୍ତେ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଉପ-ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଅନୁପସ୍ଥିତ ରହି ଉଭୟ ମେଣ୍ଟଠାରୁ ସମଦୂରତାର ବାର୍ତ୍ତା ଦେବାକୁ ଚିନ୍ତନ କରୁଛି । ମାତ୍ର ଦଳର ତୃଣମୂଳସ୍ତରର କର୍ମୀ, ବହୁ ନେତାଙ୍କ ସମେତ ଛାମୁଆ ସଙ୍ଗଠନର କର୍ମକର୍ତ୍ତା ନିର୍ବାଚନରେ ଏନ୍‌ଡିଏକୁ ସମର୍ଥନ ନ ଦେବାକୁ ଜୋର୍‌ ଦେଉଛନ୍ତି ।

ଏନ୍‌ଡିଏକୁ ସମର୍ଥନ କଲେ ଦଳର ଛବି ମଳିନ ହେବା ଆଶଙ୍କା ଥିବା ଯୋଗୁଁ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭାବେ ଡବଲ ଇଞ୍ଜିନ ସରକାରଙ୍କୁ ବିରୋଧ କରି ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଦଳୀୟ ଫୋରମ୍‌ରେ ଦାବି କରୁଛନ୍ତି । ମାତ୍ର ପିଏସି ପକ୍ଷରୁ ନିର୍ବାଚନରୁ ବିରତ ରହିବା ପାଇଁ ପ୍ରସ୍ତାବକୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଗ୍ରହଣ କରିବେ କି ନାହିଁ ଦଳ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । ଦଳର ସଭାପତି ନବୀନ ପଟ୍ଟନାୟକ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଖୁବ୍‌ଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+