ଉପ ରାଷ୍ଟ୍ରପତିଙ୍କ ନକଲ କରିବା ପଡ଼ିଲା ମହଙ୍ଗା , ସାଂସଦଙ୍କ ନାଁରେ ହେଲା ମାମଲା ରୁଜୁ
ଦିଲ୍ଲୀ:ବିରୋଧୀ ସାଂସଦଙ୍କୁ ସସଂଦରୁ ନିଲମ୍ବନ ପରେ ସଂସଦ କମ୍ପେ୍ଲକ୍ସରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ମିମିକ୍ରି କରିଥିବା ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ପାଇଁ ମହଙ୍ଗା ପଡିଛି । ତାଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି ।
ଅଭିଷେକ ଗୌତମ ନାମକ ଜଣେ ଓକିଲ ଡିଫେନ୍ସ କଲୋନୀ ପୋଲିସ ଷ୍ଟେଶନରେ ଅଭିଯୋଗ ଆଣିଛନ୍ତି ଯାହାକୁ ପୋଲିସ ଗ୍ରହଣ କରିଛି ।
ଏହାକୁ ଆଧାର କରି ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ଅଭିଷେକ ତାଙ୍କ ଅଭିଯୋଗରେ ଉପରାଷ୍ଟ୍ରପତିଙ୍କୁ ଅପମାନିତ କରିଥିବା ଏବଂ ତ୍ରୁଣମୂଳ କଂଗ୍ରେସ ଏମପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହି ମାମଲାକୁ ନେଇ ଦକ୍ଷିଣ ଦିଲ୍ଲୀ ପୋଲିସର ଡେପୁଟି କମିଶନର ଚନ୍ଦନ ଚୌଧୁରୀ କହିଛନ୍ତି , ଓଳିଲଙ୍କ ତରଫରୁ ଏହି ଅଭିଯୋଗ ଆସିଛି । ତାଙ୍କୁ କୁହାଯାଇଥିଲା ଯେ ଏହି ମାମଲା ନୂଆଦିଲ୍ଲୀ ଜିଲ୍ଲା ସହ ଜଡିତ ।
ଅଭିଯୋଗ ଗ୍ରହଣ କରାଯାଇ ନୂଆଦିଲ୍ଲୀ ଜିଲ୍ଲା ପୋଲିସକୁ ପଠାଯାଇଛି । ଆଉ ଏପଟେ ଥାନା ଅଧିକାରୀ କହିଛନ୍ତି ଅଭିଯୋଗ ଆସିଛି ଏବଂ ଏହାର ଆଧାରରେ ବିଭିନ୍ନ ତଥ୍ୟ ଅନୁସନ୍ଧାନ କରାଯାଉଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ମାମଲା ଯଦି ସଂସଦ ବାହାରେ ଏବଂ ଯଦି ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତେବେ ସାଂସଦ ଗିରଫ ହୋବାରୁ ମଧ୍ୟ ସମ୍ଭବନା ରହିଛି । ତେବେ ଅଭିଯୋଗ ଆଧାରରେ କେଉଁ ବିଭାଗରେ ମାମଲା ପଞ୍ଜିକୃତ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ତେଣୁ ଏହା ବିଷୟରେ କୌଣସି ଠୋସ୍ କୁହାଯାଇପାରିବ ନାହିଁ । ପୋଲିସ ଏପଟେ ଘଟଣାର ତଦନ୍ତ ଜାରି ରଖିଛି ।

ସଂସଦ ଗୃହରୁ ନିଲମ୍ବିତ ସାଂସଦମାନେ ନୂତନ ସଂସଦ ଭବନର 'ମକର ଦ୍ୱାରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ସମୟ ମଧ୍ୟରେ ଟିଏମସି ସାଂସଦ କଲ୍ୟାଣ ବନାର୍ଜି ରାଜସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ କଥା ଶୈଳୀକୁ ନକଲ କରିଥିଲେ । ଆଉ ସେହି ସମୟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଘଟଣାସ୍ଥଳରେ ଠିଆ ହୋଇଥିଲେ ଏବଂ ବାନାର୍ଜୀ ଧନକଡଙ୍କ ନକଲ କରୁଥିବା ସମୟରେ ରାହୁଲ ତାହାର ଏକ ଭିଡିଓ କରୁଥିବା ଦେଖିବାକୁ ମିଳିଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ବହୁ ପରିମାଣରେ ଭାଇରାଲ ହୋଇଥିଲା, ଯେଉଁ କାରଣରୁ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ଦେଇଥିଲେ ।












Click it and Unblock the Notifications