ଏମ୍ସରେ ଭର୍ତ୍ତି ହେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର

ଏମ୍ସରେ ଭର୍ତ୍ତି ହେଲେ ଉପରାଷ୍ଟ୍ରପତି । ରବିବାର ସକାଳେ ଉପରାଷ୍ଟ୍ରପତି ଜଗଦୀପ ଧନଖର (୭୩)ଙ୍କୁ ଏମ୍ସ ଦିଲ୍ଲୀର ହୃଦ୍‌ରୋଗ ବିଭାଗରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି ଏବଂ ତାଙ୍କୁ ଏବେ ଡାକ୍ତରଙ୍କ ନିରୀକ୍ଷଣରେ ରଖାଯାଇଛି।

Vice President

ଉପରାଷ୍ଟ୍ରପତି ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଯାହା ପରେ ତାଙ୍କୁ ରବିବାର ସକାଳେ ତୁରନ୍ତ ଏମ୍ସରେ ଭର୍ତ୍ତି କରାଯାଇଥିଲା।

ଧନଖରଙ୍କୁ ରାତି ପ୍ରାୟ ୨ଟା ବେଳେ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତରମାନେ କହିଛନ୍ତି। ତାଙ୍କୁ କ୍ରିଟିକାଲ୍ କେୟାର ୟୁନିଟ୍ (ସିସିୟୁ)ରେ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ଏମ୍ସର ହୃଦରୋଗ ବିଭାଗର ମୁଖ୍ୟ ଡାକ୍ତର ରାଜୀବ ନାରଙ୍ଗଙ୍କ ତତ୍ତ୍ୱାବଧାନରେ ଉପରାଷ୍ଟ୍ରପତି ଧନଖରଙ୍କ ଚିକିତ୍ସା କରାଯାଉଛି। ଡାକ୍ତରଙ୍କ ଏକ ଦଳ ତାଙ୍କ ଅବସ୍ଥା ଉପରେ କଡ଼ା ନଜର ରଖିଛନ୍ତି। ତାଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ପରେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଏମ୍ସରେ ପହଞ୍ଚି ଧନଖରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ପାଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+