ଭୋଟ୍ ଦେଇସାରିଲେଣି ୫୨୮ସାଂସଦ; ୬୭% ମତଦାନ ଶେଷ

ଦେଶର ୧୭ତମ ଉପରାଷ୍ଟ୍ରପତି ପଦ ପାଇଁ ସଂସଦ ଭବନରେ ମତଦାନ ଚାଲିଛି। ଭୋଟଦାନ ପ୍ରକ୍ରିୟା ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ୧୦ଟାରେ ପ୍ରଥମେ ଭୋଟ ଦେଇଥିଲେ।

ଭୋଟଦାନ ଆରମ୍ଭ ହେବା ପୂର୍ବରୁ ସମସ୍ତ ଏନଡିଏ ସାଂସଦ ସକାଳ ୯.୩୦ରେ ଏକ ଜଳଖିଆ ବୈଠକରେ ଯୋଗ ଦେଇଥିଲେ। ଏହା ପରେ ମତଦାନ ଆରମ୍ଭ ହୋଇଥିଲା। ତେବେ ଏନ୍‌ଡିଏ ପକ୍ଷରୁ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡୀ ପ୍ରାର୍ଥୀ ହୋଇଛନ୍ତି। ଲୋକସଭାର ୫୪୨ ଜଣ ସଦସ୍ୟ ଏବଂ ରାଜ୍ୟସଭାର ୨୩୯ ଜଣ ସଦସ୍ୟ ସେମାନଙ୍କର ଭୋଟ୍ ଦେବେ। ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି ଆରମ୍ଭ ହେବ।

vice president election 528 MPs have cast their votes

ସୂଚନା ମୁତାବକ, ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ ୭୮୧ ଜଣ ଭୋଟର ଅଛନ୍ତି। ଲୋକସଭାର ୫୪୨ ଜଣ ସଦସ୍ୟ ଏବଂ ରାଜ୍ୟସଭାର ୨୩୯ ଜଣ ସଦସ୍ୟ ସେମାନଙ୍କର ଭୋଟ୍ ଦେବେ। ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି ଆରମ୍ଭ ହେବ।ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୫୨୮ ଜଣ ସାଂସଦ ସେମାନଙ୍କର ମତଦାନ କରିଥିବା ବେଳେ ୬୭ ପ୍ରତିଶତ ମତଦାନ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ସମେତ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଶିବରାଜ ସିଂହ ଚୌହାନ ଭୋଟ ଦେଇଛନ୍ତି।କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଦଳର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଭୋଟ ଦେଇଛନ୍ତି।

ନିର୍ବାଚନ ସମୟରେ ଏନ୍‌ଡିଏ ପକ୍ଷରୁ କିରଣ ରିଜିଜୁ, ଶ୍ରୀକାନ୍ତ ସିନ୍ଦେ ଏବଂ ରାମମୋହନ ନାଇଡ଼ୁଙ୍କୁ ପୋଲିଂ ଏଜେଣ୍ଟ ରହିଛନ୍ତି। ସେହିଭଳି ବିରୋଧୀଙ୍କ ପକ୍ଷରୁ ନାସିର ହୁସେନ, ମାଣିକମ ‌ଟାଗୋର ଏବଂ ଶକ୍ତିସିଂହ ଗୋହିଲଙ୍କୁ ‌ପୋଲିଂ ଏଜେଣ୍ଟେ ଭାବେ କାର୍ଯ୍ୟ କରୁଛନ୍ତି। ସବୁ ଭୋଟ ଯେଭଳି ବୈଧ ରହିବ ସେଥିପାଇଁ ଉଭୟ ପକ୍ଷରୁ ସାଂସଦମାନଙ୍କୁ ତାଲିମ ଓ ମକ୍‌ ପୋଲିଂ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ବିଜେଡି ଏବଂ ତେଲେଙ୍ଗାନାର ବିଆର୍‌ଏସ୍‌ ଭୋଟଦାନରୁ ବିରତ ରହି‌ବେ ବୋଲି ଘୋଷଣା କରିସାରିଛନ୍ତି। ଆପ୍‌ ସାଂସଦ ସ୍ବାତୀ ମାଲିୱାଲଙ୍କର ସଂପର୍କ ଦଳ ସହିତ ବର୍ତ୍ତମାନ ଭଲ ନାହିଁ। ତେଣୁ ତାଙ୍କ ଭୋଟ ଉପରେ ନଜର ରହିଛି। ଲୋକସଭାରେ ୭ ଜଣ ସ୍ବାଧୀନ ସାଂସଦ ମଧ୍ୟ ରହିଛନ୍ତି। ସେମାନେ କେଉଁ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବେ‌ ତାହା ସ୍ପଷ୍ଟ ହୋଇନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+