ଜୟା ବଚ୍ଚନଙ୍କ ଗିରଫ ଦାବି କଲା VHP , ଜାଣନ୍ତୁ ପୁରା ଘଟଣା
ନିକଟରେ ଜୟା ବଚ୍ଚନ ମହାକୁମ୍ଭରେ ଦଳାଚକଡ଼ା ପରିସ୍ଥିତି ସମ୍ପର୍କରେ କିଛି ବୟାନ ଦେଇଥିଲେ। ଏହି ବୟାନ ପାଇଁ କିଛି ଲୋକ ଜୟାଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି। ବିଶ୍ୱ ହିନ୍ଦୁ ପରିଷଦ ଦଳାଚକଡ଼ାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମୃତଦେହ ଗଙ୍ଗାରେ ଫିଙ୍ଗି ଦିଆଯିବା ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ସମାଜବାଦୀ ପାର୍ଟି ନେତ୍ରୀ ଏବଂ ରାଜ୍ୟସଭା ସାଂସଦ ଜୟା ବଚ୍ଚନଙ୍କୁ ଗିରଫ କରିବାକୁ ଦାବି କରାଯାଇଛି।
ବିଶ୍ୱ ହିନ୍ଦୁ ପରିଷଦର ମିଡିଆ ଇନଚାର୍ଜ ଶରଦ ଶର୍ମା ଜୟା ବଚ୍ଚନଙ୍କ ମନ୍ତବ୍ୟକୁ ସମାଲୋଚନା କରି ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହିତ କହିଛନ୍ତି, '"ମିଥ୍ୟା ଏବଂ ଅସତ୍ୟ ବୟାନ ଦେଇ ଚାଞ୍ଚଲ୍ୟ ସୃଷ୍ଟି କରିବା ପାଇଁ ଜୟା ବଚ୍ଚନଙ୍କୁ ଗିରଫ କରାଯିବା ଉଚିତ। କାରଣ ଜୟା ସଂସଦ ବାହାରେ ଗଣମାଧ୍ୟମକୁ କୁମ୍ଭମେଳାରେ ସୃଷ୍ଟି ହୋଇଥିବା ଦଳାଚକଡ଼ା ପରିସ୍ଥିତିରେ ମୃତ୍ୟୁ ହୋଇଥିବା ଲୋକଙ୍କ ମୃତ ଦେହକୁ ଗଙ୍ଗାରେ ଫିଙ୍ଗି ଦିଆଯାଇଛି। ଯେଉଁ କାରଣ ଗଙ୍ଗା ପ୍ରଦୂଷିତ ହୋଇଛି ବୋଲି କହିଥିଲେ। '

ଏହି କ୍ରମରେ ଅଭିନେତା ଏବଂ ବିଜେପି ସାଂସଦ ଅରୁଣ ଗୋଭିଲ ମଧ୍ୟ ଜୟା ବଚ୍ଚନଙ୍କ ମନ୍ତବ୍ୟକୁ ନିନ୍ଦା କରି କହିଛନ୍ତି, 'ଆମେ ଜୟାଙ୍କ ଦାବିକୁ ଗ୍ରହଣ କରିବୁ। ସେ କିନ୍ତୁ ଯାହା ମନ୍ତବ୍ୟ ଦେଇଛନ୍ତି ତାହାର ପ୍ରମାଣ ଦିଅନ୍ତୁ। ପ୍ରମାଣ ନଦେଇ ଏଭଳି ବିବାଦୀୟ ମନ୍ତବ୍ୟ ଦେବା ଆଦୌ ଗ୍ରହଣୀୟ ନୁହେଁ।












Click it and Unblock the Notifications