ମୁମ୍ବାଇ ଭିଲେ ପାର୍ଲେ ଶ୍ମଶାନରେ ଭେଟେରାନ ମନୋଜ କୁମାରଙ୍କ ହେଲା ଅନ୍ତିମ ସଂସ୍କାର
ଭେଟେରାନ ଅଭିନେତା ମନୋଜ କୁମାରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ପଞ୍ଚଭୂତରେ ଲୀନ ହେଲେ ଭେଟେରାନ ମନୋଜ କୁମାର । ମୁମ୍ବାଇ ଭିଲେ ପାର୍ଲେ ଶ୍ମଶାନରେ ଅନ୍ତିମ ସଂସ୍କାର ହୋଇଛି । ଗତକାଲି ୮୭ବର୍ଷ ବୟସରେ ମନୋଜ କୁମାରଙ୍କ ଦେହାନ୍ତ ହୋଇଥିଲା ।

ସୂଚନା ଯୋଗ୍ୟ ଯେ, କାଲି ବଲିଉଡରୁ ବରିଷ୍ଠ ଅଭିନେତା ମନୋଜ କୁମାରଙ୍କ ଦେହାନ୍ତ ହୋଇଥିଲା । ସେ ୮୭ ବର୍ଷ ବୟସରେ ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ଦେଶପ୍ରେମପୂର୍ଣ୍ଣ ସିନେମା କରିଥିଲେ । ସେଥିପାଇଁ ତାଙ୍କ ପ୍ରଶଂସକମାନେ ତାଙ୍କୁ ଭଲପାଇ 'ଭାରତ କୁମାର' ବୋଲି ଡାକୁଥିଲେ । ଖାସ୍ କରି, ସେ କ୍ରାନ୍ତି ଏବଂ ଉପକାର ଭଳି ଦେଶପ୍ରେମପୂର୍ଣ୍ଣ ଚଳଚ୍ଚିତ୍ର ପାଇଁ ପ୍ରସିଦ୍ଧ ଥିଲେ ।
ମନୋଜଙ୍କ ମୃତ୍ୟୁ ଖବର ତାଙ୍କ ଫ୍ୟାନ୍ସଙ୍କୁ ଦୁଃଖିତ କରିଛି । ସୋସିଆଲ ମିଡିଆରେ ସମସ୍ତେ ନିଜ ପ୍ରିୟ କଳାକାରଙ୍କୁ ନୀରବ ଆଖିରେ ବିଦାୟ ଦେଉଛନ୍ତି। ବରିଷ୍ଠ ଅଭିନେତାଙ୍କ ନିଧନରେ ସେଲିବ୍ରିଟିମାନେ ମଧ୍ୟ ଶୋକପ୍ରକାଶ କରିଛନ୍ତି । ମନୋଜ କୁମାର ସାହାରା, ଚାନ୍ଦ, ହନିମୁନ୍, ପୁରବ୍ ଔର ପଶ୍ଚିମ, ନସିବ, ମେରୀ ଆୱାଜ୍ ସୁନୋ, ନୀଲ କମଲ, ଉପକାର ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି । ତାଙ୍କୁ ଜାତୀୟ ପୁରସ୍କାର, ପଦ୍ମଶ୍ରୀ ଏବଂ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।












Click it and Unblock the Notifications