ଦୂରଦର୍ଶନର ଲୋକପ୍ରିୟ ଆଙ୍କର ସରଳା ମାହେଶ୍ବରୀଙ୍କ ନିଧନ
ଦୂରଦର୍ଶନର ଲୋକପ୍ରିୟ ଖବର ପାଠିକା ସରଳା ମାହେଶ୍ୱରୀଙ୍କ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁକୁ ଟିଭି ସାମ୍ବାଦିକତାର ଏକ ସ୍ବର୍ଣ୍ଣିମ ଯୁଗର ଅନ୍ତ ବୋଲି ପ୍ରଶଂସକ କହିଛନ୍ତି। ଅଖିଳ ଭାରତୀୟ ମହିଳା କଂଗ୍ରେସ ସୋସିଆଲ ମିଡିଆ ଏକ୍ସରେ ସରଳାଙ୍କୁ ମନେ ପକାଇଛି।ପୋଷ୍ଟରେ ଲେଖାଯାଇଛି, ସରଳାଙ୍କ ବିଶ୍ୱସନୀୟତା ଔ ଶାଳୀନତା ଆଗାମୀ ପିଢ଼ି ପାଇଁ ସର୍ବଦା ପ୍ରେରଣା ହେବ।
ସରଳା ମାହେଶ୍ୱରୀଙ୍କ ପରିବାର ଏକ ପୋଷ୍ଟରେ ତାଙ୍କ ଅନ୍ତିମ ସଂସ୍କାର ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ଫେବ୍ରୁଆରି ୧୨ ତାରିଖ ଅପରାହ୍ନ ୪ ଟାରେ ଦିଲ୍ଲୀର ନିଗମବୋଧ ଘାଟରେ ଶେଷକୃତ୍ୟ ସମ୍ପନ୍ନ ହେବ। ସରଳା ମାହେଶ୍ୱରୀଙ୍କୁ ତାଙ୍କ ଶୈଳୀ ପାଇଁ ସର୍ବଦା ମନେ ରଖାଯିବ।

ତାଙ୍କ କଣ୍ଠସ୍ୱର ଓ ଖବର ପରିବେଷଣରେ ଏକ ଅନନ୍ୟ ଶାନ୍ତ ତଥା ଆତ୍ମବିଶ୍ୱାସ ଥିଲା ଯାହା ଦର୍ଶକଙ୍କୁ ମୋହିତ କରୁଥିଲା। ସରଳା ସେହି ଯୁଗରେ ଖବର ପାଠକମାନଙ୍କ ପାଇଁ ଏକ ସଂସ୍କୃତିସମ୍ପନ୍ନ ଓ ସମ୍ମାନଜନକ ଖ୍ୟାତି ଆଣି ଦେଇଥିଲେ। ସେତେବେଳେ ଖବର ଉପସ୍ଥାପନାରେ ଆଙ୍କରମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ସରଳା ମାହେଶ୍ୱରୀଙ୍କ ପରଲୋକ ଭାରତୀୟ ଟେଲିଭିଜନ ସାମ୍ବାଦିକତା ପାଇଁ ଏକ ଅପୂରଣୀୟ କ୍ଷତି। ଅନେକ ସୋସିଆଲ ମିଡିଆ ୟୁଜର ତାଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଏପରି ଏକ ସମୟରୁ ଖବର ସହିତ ଜଡିତ ଥିଲେ ଯେତେବେଳେ ଖବରର ଅର୍ଥ ସ୍ପଷ୍ଟତା ଥିଲା ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।












Click it and Unblock the Notifications