Big Breaking: ପରଲୋକରେ ରତନ ଟାଟା
Big Breaking: ଟାଟା ଗ୍ରୁପ୍ ଚେୟାରମ୍ୟାନ୍ ରତନ ଟାଟାଙ୍କର ବୁଧବାର ଅର୍ଥାତ୍ 09 ଅକ୍ଟୋବର ଦିନ ଦେହାନ୍ତ ହୋଇଛି। ବୟସ ସମ୍ବନ୍ଧୀୟ ରୋଗ ହେତୁ ତାଙ୍କୁ ସୋମବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କ ଅବସ୍ଥା ଗୁରୁତର ଥିବା ନେଇ ସୂଚନା ରହିଥିଲା ।
The clock has stopped ticking. The Titan passes away. #RatanTata was a beacon of integrity, ethical leadership and philanthropy, who has imprinted an indelible mark on the world of business and beyond. He will forever soar high in our memories. R.I.P pic.twitter.com/foYsathgmt
— Harsh Goenka (@hvgoenka) October 9, 2024
ହଠାତ୍ ବ୍ଲଡ୍ ପ୍ରେସର୍ କମିବା କାରଣରୁ ତାଙ୍କୁ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ବିଗିଡ଼ି ଯାଇଥିଲା ଯାହା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି ।

ମୃତ୍ୟୁ ବେଳକୁ ରତନ ଟାଟାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ଏନେଇ ବିଶିଷ୍ଟ ଶିଳ୍ପପତି ହର୍ଷ ଗୋୟେଙ୍କା ନିଜ ଏକ୍ସରେ ଏକାଉଣ୍ଟରେ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି। ହେଲେ ଟାଟା କର୍ତ୍ତୃପକ୍ଷଙ୍କ ତରଫରୁ ବର୍ତ୍ତମାନ କୌଣସି ସୂଚନା ଯାରି କରାଯାଇ ନାହିଁ ।












Click it and Unblock the Notifications