ଭେଟେରାନ୍ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର
ପୁଣି ବିଗିଡ଼ିଗଲା ବଲିଉଡ ସୁପରଷ୍ଟାର ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା । ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ଆଜି ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ହଠାତ୍ ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ସମ୍ପର୍କୀୟମାନେ ତାଙ୍କୁ ଭେଟିବା ପାଇଁ ହସ୍ପିଟାଲକୁ ଆସୁଛନ୍ତି।

ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ଖବର ଆସିବା ପରେ ଏବେ ପ୍ରଶଂସକ ତାଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରୁଥିବା ଦେଖାଯାଇଛି । ସେ କିଛି ଦିନ ଧରି ବାର୍ଦ୍ଧକ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ।
ଧର୍ମେନ୍ଦ୍ରଙ୍କୁ ପ୍ରାୟ ୧୦ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେତେବେଳେ ତାଙ୍କୁ ଚିକିତ୍ସା କରୁଥିବା ଟିମ୍ ସୂଚନା ଦେଇ କହିଥିଲେ ଯେ, ଏହା ଏକ ନିୟମିତ ଯାଞ୍ଚର ପ୍ରକ୍ରିୟା । ତେଣୁ, ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ହେଲେ ଆଜି ଭେଣ୍ଟିଲେଟରରେ ରହିବ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଶଂସକ । ଧର୍ମେନ୍ଦ୍ର ନିୟମିତ ଚେକଅପ୍ ପାଇଁ ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି । ଏହା ପ୍ରଥମ ଥର ନୁହେଁ । ସେ ଏବେ ୮୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । କିଛି ଦିନ ତଳେ ଧର୍ମେନ୍ଦ୍ର ଚିକିତ୍ସା ପାଇଁ ଆମେରିକା ଯାଇଥିଲେ।












Click it and Unblock the Notifications